No Result
View All Result
୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- ଗତ ୨ ବର୍ଷ ଧରି ସାମାଜିକ ସଂଗଠନ ହେଲ୍ପ ଦ ହ୍ୟୁମାନିଟି ଟିମ କଟକ ବନବିଦ୍ୟାଧରପୁର ବସ୍ତିରେ ଥିବା ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ତାଙ୍କୁ ପ୍ରତିଦିନ ମାଗଣାରେ ପାଠ ପଢେଇବା ସହ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଆଯାଏ । ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ଏବଂ ତାଙ୍କ ଜ୍ଞାନ କୌଶଳ ବଢେଇବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଏକ ବିଜ୍ଞାନମେଳାର ଆୟୋଜନ କରା ଯାଇଥିଲା ।
ଏହି ବିଜ୍ଞାନ ମେଳାରେ ୨୦ ରୁ ଉର୍ଦ୍ଧ ଛାତ୍ରୀଛାତ୍ରୀ ଭାଗ ନେଇଥିଲେ ଏବଂ ତାଙ୍କ ମଧ୍ୟ ଚିତ୍ରାଙ୍କନ,ଝୋଟି,ମାଠିଆ ଉପରେ ଚିତ୍ର ଅଙ୍କିବା,ନାଚ,ଗୀତ, ଭାଷଣ ଇତ୍ୟାଦି ପ୍ରତିଯୋଗିତା କରାଯାଇ ଏହି କାର୍ଯ୍ୟକ୍ରମରେ କଟକ ବହୁତ ବ୍ୟକ୍ତି ବିଶିଷ୍ଟ ଏବଂ ସାମାଜିକ ସଂଗଠନ ମାନଙ୍କୁ ଅତିଥି ରୂପେ ଆସି ପିଲାମାନଙ୍କୁ ଉତ୍ସାହିତ କରିବାସହ ପୁରସ୍କାର ବିତରଣ କରିଥିଲେ ।

No Result
View All Result