୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ରାଂଚି ବିଜୟଓ୍ବାର୍ଡା ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ଡାଳଖାଇ ପାଖରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ! ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ ଆହାତ ଥିବା ଜଣାପଡିଛି । ହାଇଦ୍ରାବାଦ ଠାରୁ ବାହାରି ଏକ କାର (ଓଡି-୦୨-ବିଟି-୨୫୦୨)ନିଜ ଘର ବଲାଙ୍ଗିରୀ ଯାଉଥିବା ସମୟରେ ବୈପାରିଗୁଡା ପଟରୁ ମାଲକାନଗିରି ରାସ୍ତା ଆଡକୁ ତିନି ଜଣ ଯୁବକ ଏକ ବାଇକ (ଓଡି ୧୦ ଇ ୨୩୪୩ )ଯୋଗେ ନିଜ ଘର ଲକ୍ଷ୍ମୀପୁର ଗ୍ରାମକୁ ଯାଉଥିବା ସମୟରେ ହିଁ କାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି ! ମୁହାଁମୁହିଁ ଧକ୍କା ହେବା ଫଳରେ କାରର ଆଗ ପଟ ସମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ବାଇକ୍ ମଧ୍ଯ ଭାଙ୍ଗି ଯାଇଛି ! ସ୍ଥାନୀୟ ଲୋକେ ଓ ପଥଚାରୀ ବାବୁଲା ଖାନା ଗୁରୁତ ଥିବା ଯୁବକକୁ ବୈପାରିଗୁଡା ମେଡିକାଲ ଆଣି ଭର୍ତ୍ତି କରିଥିଲେ । ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଗାଡି ଜବତ କରିଥିବାର ଜଣାପଡିଛି,