୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ବିଜେଡି ଦଳ ପକ୍ଷରୁ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବୈପାରିଗୁଡା ପଂଚାୟତ ନାଏବ ସରପଂଚ ସୁଶାନ୍ତ ସାହୁଙ୍କ ସଭାପତିତ୍ବରେ ଦଳୀୟ କର୍ମୀ ସମର୍ଥକ ମାନେ ବିଜେଡିି କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରାରେ ସହିଦ ଲକ୍ଷ୍ମଣ ନାୟକ ପାଠାଗାର ଠାରେ ଏକତ୍ରି ହୋଇ ବିଜୁବାବୁଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ପରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ଅସହାୟ ଗରିବ ଶ୍ରେଣୀର ଲୋକଙ୍କୁ କମ୍ବଳ ପ୍ରଦାନ କରିଥିଲେ । ପରେ ଆୟୋଜିତ ସମାବେଶରେ ଦଳୀୟ ସଂଗଠନ, ଗ୍ରାମବିକାଶ ଉପରେ ଆଲୋଚନା କରିଥିଲେ । ରାଜ୍ୟର ଉନ୍ନତି ଓ ଜାତୀୟ ସ୍ତରରେ ହକ ଅଧିକାର ଲଢ଼େଇ କେବଳ ବିଜେଡି ରାଜନୈତିକ ଦଳ କରୁଛି ବୋଲି ନେତାମାନେ ମତ ରଖିଥିଲେ। ଏଥିରେ ପୂର୍ବତନ ଜିଲ୍ଲା ଯୁବ ଉପସଭାପତି ବିଶ୍ବଜୀତ ନାୟକ, ବରିଷ୍ଟ ବିଜେଡି କର୍ମୀ ଲକ୍ଷ୍ମୀକାନ୍ତ ପାଢୀ, ସାଥିରାମ ନାୟକ, ବୁଲୁ ଗୌଡ, ଝରିଆ ଖାନ, ହରି ଗରଡି ,ବାପି ଜଗଦେବ, ମିଡିଆ ସେଲ ସଂଯୋଜକ ସନ୍ତୋଷ କୁମାର ପଟ୍ଟନାୟକ, ଅଶୋକ ଦାସ,ପ୍ରଦୀପ ଗୌଡ,ସଦାନନ୍ଦ ମଲ୍ଲିକ, ବୁଲା ସାହୁ,ଶିବଶଙ୍କର ପଟ୍ଟନାୟକ, ବିରଂଚି ପାତ୍ର,ଧନ ଟ୍ରାକି,ଭଜମନ ଗୌଡଙ୍କ ସହିତ ଗାଁ ଗହଳିର ବହୁ ଦଳୀୟ କର୍ମୀ ମାନେ ଏହି ୨୫ ତମ ପ୍ରତିଷ୍ଠା ଦିବସରେ ସାମିଲ ଥିଲେ । ଏହାକୁ ବରିଷ୍ଟ ବିଜେଡି କର୍ମୀ ବିଶ୍ବଜିତ ନାୟକ ପରିଚାଳନା କରିଥିଲେ ।