୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଗତ ଦୁଇଦିନ ଧରି ବାଲୁଙ୍କେଶ୍ୱର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇ ଦିନିଆ ଏହି କ୍ରୀଡ଼ା ଉତ୍ସବରେ ୩୦୦ରୁ ଉର୍ଦ୍ଧ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଆଜି ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ଜଟଣୀ ମହାବିଦ୍ୟାୟର ଅଧ୍ୟକ୍ଷ ବଂଶୀଧର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ'ଆମେ ଇତିହାସକୁ ଭୂଲି ଯାଉଛେ ସ'ତ କିନ୍ତୁ ବର୍ତ୍ତମାନ ସହିତ ଇତିହାସର ନିବିଡ଼ ସମ୍ପର୍କ ରହିଛି ।ବିଜୁ ପଟ୍ଟନାୟକ ମହାବଦ୍ୟାଳୟ ରାଜନୀତି ବିଜ୍ଞାନର ମୂଖ୍ୟ ଡଃ ସୁଶାନ୍ତ ଦେ କହିଥିଲେ ଯୁଗ ଆରମ୍ଭରୁ ଅଦ୍ୟାବଧି ମା'ହିଁ ଶ୍ରେଷ୍ଠ । ସମ୍ମାନିତ ଅତିଥି,ଓଡଖଣ୍ଡ ମହାବିଦ୍ୟାୟ ଓଡ଼ିଆ ବିଭାଗର ମୁଖ୍ୟ ତଥା ୬୬୨ କାଟାଗୋରୀ କଲେଜର ସାଧାରଣ ସମ୍ପାଦକ ଶତାବୁଦ୍ଦିନ ଅହମ୍ମଦ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେହିପରି ବାଲୁଙ୍କେଶ୍ୱର ମହିଳା ମହାବିଦ୍ୟାଳୟ +୨ ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତି ଓ +୩ ଅଧ୍ୟକ୍ଷା ଡ଼ଃ ସୁକାନ୍ତି ମହାପାତ୍ର,ମହାବିଦ୍ୟାୟ କ୍ରୀଡ଼ା ଶିକ୍ଷକ ଦିଲୀପ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସୁଶାନ୍ତ ରାଉତ ଅତିଥି ପରିଚୟ,ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୌଦାମିନୀ ବେହେରା ବିବରଣୀ ପାଠ କରିଥିଲେ ।ଶେଷରେ ଅତିଥି ମାନଙ୍କ ଦ୍ବାରା କୃତୀ ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବା ସହିତ ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ଯକ୍ରମକୁ ମହାବିଦ୍ୟାୟର ସୁଶାନ୍ତ ସାମନ୍ତରାୟ,ସନ୍ତୋଷ ପ୍ରଧାନ,ଅଧ୍ୟାପିକା ରଜନୀ ରଣସିଂ,ମଞ୍ଜୁ ଲତା ସାହୁ,ଇତିଶ୍ରୀ ପଟ୍ଟନାୟକ,କଲ୍ୟାଣୀ ପଟ୍ଟନାୟକ,ଦୁର୍ଗା ରାଣୀ ନାୟକ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।