୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ବ୍ଲକରେ ପବିତ୍ର ବଡ ଦିନ ଅବସରରେ ଚଳଚଂଚଳ ହୋଇଉଠିଛି ବ୍ଲକର ପ୍ରତ୍ୟେକ ଗାଁ ଠାରୁ ସହର ପର୍ଯ୍ୟନ୍ତ । କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ବୈପାରିଗୁଡା ଅଂଚଳରେ ବଡଦିନ ପାଳନ କରାଯାଇ ଥିବାର ଦେଖିବାକୁ ମିଳିଛି । କରୋନା କଟକଣା ନଥିବାରୁ ସମ୍ପର୍ଣ୍ଣ ମୁକ୍ତ ଭାବେ ଚର୍ଚ୍ଚ ମାନଙ୍କରେ ପାଳନ ହେଉଛି ଏହି ବଡଦିନ ପର୍ବ । ବୈପାରିଗୁଡା ବ୍ଳକର ରାମଗିରି ପଂଚାୟତର ଭାଲୁଗୁଡା ଗ୍ରାମରେ ଥିବା ଚର୍ଚ୍ଚ ଠାରେ ପ୍ରଭୁ ଯୀଶୁଙ୍କ ଜନ୍ମତିଥି ଭାବେ ଖୀଷ୍ଟଧର୍ମାବଲମ୍ବୀ ମାନେ ଏହାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୈପାରିଗୁଡା ଜୋନ୍-୧ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ସମ୍ମାନୀୟ ଅତିଥି ଭାବେ ବାପି ଜଗଦେବ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚର୍ଚ୍ଚ ଗୁଡିକ ଖୁବ୍ ସୁନ୍ଦର ଭାବେ ସଜାଯାଇଛି । ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସୁନ୍ଦର ଭାବେ ସଜେଇ ହୋଇଛି ବୈପାରିଗୁଡା ବ୍ଲକରେ ରହିଥିବା ସମସ୍ତ ଗ୍ରାମର ଚର୍ଚ୍ଚ । ସେହି ପରି ଭାବେ ଆଲୋକ ମାଲରେ ଝଲସି ଉଠିଛି ବୈପାରିଗୁଡା ସହରର ଚର୍ଚ୍ଚ । ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଚର୍ଚ୍ଚରେ ଦେଖିବାକୁ ମିଳିଛି ସମୂହ ପ୍ରାର୍ଥନାର ସୁନ୍ଦର ଦୃଶ୍ୟ । ସମସ୍ତ ଖୀଷ୍ଟଧର୍ମାବଲମ୍ବୀ ଏକାଠି ହୋଇ କ୍ୟାରୋଲ ଗାନ କରିଛନ୍ତି । ଏହାସହ ପରସ୍ପରକୁ ଏହି ପବିତ୍ର କ୍ରିସମାସରେ ଶୁଭେର୍ଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।