ଯୁଵ କ୍ରୀଡା ସଂଗଠକ ଦେବେନ୍ଦ୍ର ରାଉତ, ସାମ୍ବାଦିକ ହୃଷିକେଶ ସେଠୀ ପ୍ରମୁଖ ଯୋଗଦାନ କରି ପୂର୍ବତନ ସାହିତ୍ୟ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ତଥା ତାଙ୍କ ପରିବାରଜନ ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ । କୁଡୁମୁଲୁଗୁମ୍ମା ମାଟି ର କଵି ତଥା ସାହିତ୍ୟିକ ବଳରାମ ପୂଜାରୀ ମଞ୍ଚ ସଂଯୋଜନା କରିଥିବା ବେଳେ କଲେଜ ର ଅଧ୍ୟାପିକା ମଧୁସ୍ମିତା ବିଶ୍ୱାଳ ଓ ପୁଷ୍ପାଞ୍ଜଳୀ ରଣା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ପୂର୍ବତନ ଛାତ୍ରଛାତ୍ରୀ ଙ୍କୁ ଭେଟିବାକୁ ସୁଦୂର ଯାଜପୁର ଜିଲ୍ଲାରୁ ଶ୍ରୀ ତ୍ରିପାଠୀ ଆସିଥିଲେ କୁଡୁମୁଲୁଗୁମ୍ମା ମାଟି କୁ ।
ନିଜ ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ପ୍ରଦାନ ସହ ନିଜ ଜୀବନର ଦୀର୍ଘ କୋଡ଼ିଏ ବର୍ଷ ଏଠି ଶିକ୍ଷକତା କରି ନିଜ କୁ ଧନ୍ୟ ମନେ କରିବା ସହ ମାଲକାନଗିରି ମାଟି ର ଭୂୟୋସି ପ୍ରଶଂସା କରିଥିଲେ। ଜୀବନ ବ୍ୟାପି ସାହିତ୍ୟ ସାଧନା ନିମନ୍ତେ ନିର୍ଝରଣୀ ସାହିତ୍ୟ ସଂସଦ କୁଡୁମୁଲୁଗୁମ୍ମା’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ନୋଡାଲ ଉଚ୍ଚ ବିଦ୍ୟାଳୟ କୁଡୁମୁଲୁଗୁମ୍ମା ର ଆଗାମୀ ଦିନରେ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୂର୍ବତନ ଛାତ୍ର ସଂସଦ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଇତ୍ୟବସରରେ କୁଡୁମୁଲୁଗୁମ୍ମା ମାଟି ର ସମସ୍ତ ବରିଷ୍ଠ ନାଗରିକ ମାନେ ଶ୍ରୀ ତ୍ରିପାଠୀ ଙ୍କୁ ଭେଟିବା ସହ ଏତେ ଦୂରରୁ ଆସିଥିବା ରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

© 2023 Odisha Taza News.