ନୟାଗଡ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨0୨୨ ଜନ ସମୁଦ୍ର ମଧ୍ୟରେ ଉଦଘାଟିତ

୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ନୟାଗଡ ମହୋତ୍ସବ, ହୋଇଯାଇଛି ବିଶାଳ ଜନ ସମୁଦ୍ର ମଧ୍ୟରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ! ଏହି ଅବସରରେ ଅନୁଷ୍ଠିତ ସଭାରେ ପୁରୀ ସାଂସଦ ପିନାକୀ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ , ନୟାଗଡ ଜିଲ୍ଲାପାଳ ପ୍ରମୂଖ ସମ୍ମାନୀତ ଅତିଥି ରୂପେ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ତାଙ୍କ ବକ୍ତବ୍ୟରେ ନୟାଗଡ଼ର ବିକାଶ ଦେଖିବା ପାଇଁ ଅନ୍ୟ ଜିଲ୍ଲାରୁ ଲୋକମାନେ ଆସିବା ଆବଶ୍ୟକ ବୋଲି କହିଥିଲେ ।ବିଶ୍ବ ସ୍ତରୀୟ ବଲାଙ୍ଗୀ ପାର୍କ ଏବଂ ସହର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ ମନ୍ତ୍ରୀ । ୨୨ ବର୍ଷ ମଧ୍ୟରେ ଅନେକ ମହୋତ୍ସବ ଦେଖୁଛି, କିନ୍ତୁ ନୟାଗଡ଼ ମହୋତ୍ସବର ବାସ୍ନା ଟିକେ ଅଲଗା ବୋଲି କହିଥିଲେ । ପୁରୀ ସାଂସଦ ପିନାକୀ ମିଶ୍ର ତାଙ୍କ ବକ୍ତବ୍ୟରେ ନବୀନ ସରକାର ସମୟରେ ଓଡ଼ିଶା ବିକାଶ କଥା କହିବା ସହ ନୟାଗଡ଼ ବିକାଶ ପାଇଁ ବିଧାୟକଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ଭାବେ ମହୋତ୍ସବର ପୃଷ୍ଠପୋଷକ ତଥା ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ଆଉ ପାହାଡ଼ ମଧ୍ୟରେ ସୀମିତ ନାହିଁ , ବରଂ ଏହାର ବିକାଶ ଏବଂ ଉନ୍ନତି ପାହାଡ ଠାରୁ ଉଚ୍ଚରେ ବୋଲି ପ୍ରକାଶ କରିଥିଲେ,ସାମୁହିକ ପ୍ରଚେଷ୍ଟାରେ ନୟାଗଡ ଉନ୍ନତି ପଥରେ ଥିବାରୁ ସେ ସମସ୍ତ ନୟାଗଡ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ | ତେବେ ଏହି ମହୋତ୍ସବର ପ୍ରଥମ ଦିନରେ ହଜାର ହଜାର ଜିଲ୍ଲାବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ଦେଖା ଯାଇଛି |