No Result
View All Result
୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କାଳିମେଳା :- କାଳିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇଙ୍କ ନେତୃତ୍ବରେ ଜଙ୍ଗଳ ତଥା ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଳ ନିଆଁକୁ ଦମନ, ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ବୈଠକ ଆୟୋଜିତ ହୋଇଛି । ଏହି ସଭାରେ କାଳିମେଳା, ଭେଙ୍କେଟପାଲମ, କୋଇମେଟଲା, ଉଣ୍ଡୁକୋଣ୍ଡା, କାଲଦାପାଲ୍ଲୀ ଓ ସିମିଲିବାଞ୍ଚା ପଞ୍ଚାୟତର ସରପଞ୍ଚ ମାନେ ଵନସୁରକ୍ଷା, ବେଣ୍ଟ ଶିକାର, ଵନାଅଗ୍ନି ଠାରୁ ବନକୁ ସୁରକ୍ଷା ବାବଦରେ ନିଜ ନିଜର ଵହୃ ଉପଦେଶୀୟ ବାର୍ତ୍ତା ଦେଇଥିଲେ । ଦିନକୁଦିନ ମାନବ ଦ୍ବାରା ସଂରକ୍ଷିତ ଜଙ୍ଗଳ ଧ୍ଵଂସ, ଅବାଧ ପ୍ରାଣୀ ଶିକାର ଯୋଗୁଁ ପରିବେଶରେ ଆଗାମୀ ଦିନରେ ହେଉଥିବା ଉତଥାନ,ପତନ, ଅଦିନିଆ ବର୍ଷା, ଜଳାଭାବ ଓ ମରୁଡିରେ ପରିବର୍ତ୍ତନ ଭଳି ସମସ୍ୟାର ମୁକାବିଲା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି ବାବଦରେ ନିଜର ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବନସୁରକ୍ଷା ସମିତିର ସଭାପତି,ଆନିମେଟର ଏବଂ କାଳିମେଳା ଵନାଞ୍ଚଳର ବହୁ ବନ କର୍ମଚାରୀ ଓ ସୃଷ୍ଟି ଏନଜିଓ ଟିମ୍ ଲିଡର ଶ୍ରୀନିବାସ ପାତ୍ର ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
No Result
View All Result