ବିଏସ୍ଏଫ୍ ଡିଆଇଜି ମଦନ ଲାଲ୍ ,୧୫୧ ବିଏନ ବୈପାରିଗୁଡା କ୍ୟାମ୍ପର ମୁଖ୍ୟ କମାଣ୍ଡେଂଟ ଅଜୟ କୁମାର, କୋରାପୁଟ ଏସପି ବରୁଣ ଗୁଣ୍ଡୁପାଲ୍ଲୀ,ଡିସି ବିରଂଚି କୁମାର,ଏସି ତରୁଣ ପ୍ରଧାନ,ଏସି ଅମିତ ବିଶ୍ୱକର୍ମା ପ୍ରମୁଖ ଉପସ୍ଥିତରେ କୁମ୍ବିଖାରୀ ଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି କ୍ୟାମ୍ପ ପ୍ରତିଷ୍ଠା କରିଥିବାର ଦେଖାଯାଇଛି । କ୍ୟାମ୍ପ ପ୍ରତିଷ୍ଠା ସମୟରେ ଆଖପାଖ ଗ୍ରାମର ଜନସାଧାରଣ ମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏହି ସ୍ୱାସ୍ଥ୍ୟ ଶିବିରରେ ବିଏସ୍ଏଫ୍ ଡାକ୍ତର ଅଶୋକ କୁମାର ଉପସ୍ଥିତ ରହି କୁମ୍ବିଖାରୀ, ଗରମପାଣି, ଅମଗଡଲି ଗ୍ରାମବାସୀ ମାନଙ୍କୁ ଚିକିତ୍ସିା କରି ଔଷଧ ପ୍ରଦାନ କରିଥିବାର ଜଣାପଡିଛି ।
କିଛି ଦିନ ତଳେ ସେହି ଅଂଚଳରେ ମାଓବାଦୀ ମାନେ ସକ୍ରିୟ ରହିଥିବାରୁ ସେହି ଅଂଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟ ଗୁଳିବିନିମୟ ମଧ୍ୟ ହୋଇଥିବାର ନଜର ରହିଛି । ତେଣୁ ଉକ୍ତ ସ୍ଥାନରେ ଏକ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି ବିଏସ୍ଏଫ୍ର ବରିଷ୍ଟ ଅଧିକାରୀ । ଏବେ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରି ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ କୁମ୍ବିଖାରୀ ଠାରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି । ଏହି କ୍ୟାମ୍ପ ଉଭୟ ଓଡିଶା ଛତିଶଗଡ ସୀମାନ୍ତରେ ପ୍ରତିଷ୍ଠା କରିବା ଫଳରେ ଦୁଇ ରାଜ୍ୟର ଅନେକ ଅଂଚଳରୁ ସମ୍ପୂର୍ଣ୍ଣ ଭାବେ ମାଓବାଦୀମୁକ୍ତ ହେବା ସହ ଦୁର୍ଗମ ଅଂଚଳର ଗ୍ରାମ ଗୁଡିକରେ ବିକାଶ ହେବା ସହିତ ସେହି ଗ୍ରାମ ଉପରେ ଯବାନ ମାନେ ନଜର ମଧ୍ୟ ରଖିପାରିବେ ।
ଉକ୍ତ ଅଂଚଳ ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନ ଦୁର୍ଗମ ପାହାଡିଆ ଅଂଚଳ ରୁପେ ପରିଚିତ ଥିଲା । ଏଠାରେ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ଏହି ଅଂଚଳର ବିକାଶ ଦ୍ରୁତଗତିରେ ଆଗେଇବ । ମାଓବାଦୀଙ୍କ ପ୍ରତି ଲୋକଙ୍କ ଭୟ ରହିବ ନାହିଁ ବୋଲି ବିଏସ୍ଏଫ୍ ଡିଆଇଜି ମଦନ ଲାଲା୍ ଓ କୋରାପୁଟ ଏସପି ବରୁଣ ଗୁଣ୍ଡୁପାଲ୍ଲୀ କହିଛନ୍ତି । ମାଓବାଦୀମାନଙ୍କୁ ଅଂଚଳର ବିକାଶରେ ସାମିଲ ହୋଇ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ମଧ୍ୟ ୧୫୧ ବିଏନ ବିଏସ୍ଏଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।


© 2023 Odisha Taza News.