୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :– ରାଜ୍ୟ ରାଜନୀତି ର ଗରମାଗରମ ସ୍ଥିତି ପରିସ୍ଥିତି ପରେ ଏବେ ହଟଚମଟ ପଡିଛି ରଣପୁର ରାଜନୀତି ରେ । ସ୍ଥାନୀୟ ରାଜନୀତି ମହଲରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପ୍ରମୁଖ କର୍ମୀ ଙ୍କ ମଧ୍ୟରେ ଚାଲିଛି ଅଣ୍ଟି ଛୁରୀ ର ତଣ୍ଟି କଟା ନୀତି । ତେବେ ରଣପୁର ରାଜନୀତି ରେ ବିଜେଡ଼ି ର ତୁଙ୍ଗ ନେତାମାନେ ପଞ୍ଚାୟତ ନିର୍ବାଚନ ଠାରୁ ଟିକେ କର ଛଡାଛଡି ହୋଇ ରହୁଥିବାର ଦେଖିବାକୁ ମିଳିଥିଲା ଏବଂ ପରେ ପରେ କିଛି ଦଳୀୟ ନେତା ଓ କର୍ମୀ ମାନେ ଦଳ ବିରୋଧୀ କାର୍ଯ୍ୟ କରି ବିଜେଡ଼ି ଦଳ ର ବିଧାୟକ ଙ୍କ ପାଇଁ ଚିନ୍ତା ବଢ଼ାଇଥିଲେ । ପୂର୍ବ ସୂଚନାଅନୁସାରେ ବିଧାୟକ ସତ୍ୟ ନାରାୟଣ ଭରଷା କରିଥିବା ଦଳ ବିରୋଧୀ ନେତା ଙ୍କୁ ଏକ ଉଚ୍ଚ ପଦବୀ ରେ ଅଳଙ୍କୃତ କରାଇବା ପାଇଁ ମନ୍ତ୍ରୀ ଙ୍କ ପାଦ ଧରି ଉକ୍ତ ନେତା ଙ୍କୁ ମୁକୁଟ ପିନ୍ଧାଇଥିଲେ ।
ପରେ ବିଧାୟକ ନିଜ ମୁଣ୍ଡ ଉପରେ ବସାଇଥିବା ନେତା ଙ୍କୁ ପୌର ନିର୍ବାଚନ ରେ ଗୁରୁ ଦାୟିତ୍ଵ ପ୍ରଦାନ କରିବା ସହ ତାଙ୍କ ଦୃଷ୍ଟି କୋଣକୁ ନଜରରେ ରଖି ତାଙ୍କ କଥାରେ ଉଠ ବସ୍ ହେଉଥିବା ବିଧାୟକ ଙ୍କ ପ୍ରତି ଧୋକା ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି ଉପାଖ୍ୟାନ କୁ ଦର୍ଶାଉଛି । ତେବେ ବିଧାୟକ ମୁକୁଟ କରି ମୁଣ୍ଡ ରେ ପିନ୍ଧୁଥିବା ନେତା ବିଧାୟକ ଙ୍କ ତଣ୍ଟିର କଣ୍ଟା ସାଜିଥିଲେ ଯାହାକୁ ସମୂଳେ ନାଶ କରିବା ପାଇଁ ଏକ ନୂଆ ପଦ୍ଧତି ଆପଣାଇଛନ୍ତି । ଏ ସବୁ କୁ ଦୃଷ୍ଟି ରେ ରଖି ଦଳ ର ବିରୋଧୀ ନେତା ତଥା ଆଶାୟୀ ପ୍ରାର୍ଥୀ ଙ୍କ ଗୋଟି ଚାଳନା ବିଧାୟକ ଙ୍କ ପାଇଁ ବହୁ ଅଡୁଆ ଖିଅ ସାବ୍ୟସ୍ତ ହୋଇଥିଲା ଯାହାକୁ ବିଧାୟକ ସମ୍ଭାଳି ନପାରି ବାରମ୍ବାର ମୁଣ୍ଡ ଛୁଆଁ ନିୟମ କରାଇ ଚାଲିଥିଲେ ତଥାପି ବିରୋଧୀ ଙ୍କ ଠାରେ କୌଣସି ସୁଧାରତା ନଆସିବାରୁ ବାଧ୍ୟ ହୋଇ ବିଧାୟକ ପ୍ରଭୁ ଙ୍କ ପାଦ ତଳେ ନେତା ଙ୍କୁ ନିୟମ କରାଇ ସୁରୁଖୁରୁରେ ସମ୍ଭାଳି ନେଇଛନ୍ତି ।
ସାଧାରଣ ନିର୍ବାଚନ ପାଇଁ ଆଶାୟୀ ନେତା ତଥା ବନ୍ଧ ବାନ୍ଧୁଥିବା ନେତା ଙ୍କୁ ନେଇ ବିଧାୟକ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ନିୟମ କରାଇ ବିଧାୟକ ହେବାର ନିଶା ଛଡାଇ ଦେଇଥିବା କଥା ସାମ୍ନାକୁ ଆସିଛି । କୁଆଡେ ଶୁଣିବାକୁ ମିଳୁଛି ନିୟମ ପରେ ଦଳୀୟ ନେତା ପଦାଧିକାର ପାଇଁ ଲବି ନକରି ଏବେ ବିଧାୟକ ସତ୍ୟ ନାରାୟଣ ଙ୍କ ସପକ୍ଷ ରେ ରହିବେ ବୋଲି କଥା ଟି ହାସ୍ୟାସ୍ପଦ ହେଲେ ମଧ୍ୟ ଏହା ସତ ବୋଲି ସାବ୍ୟସ୍ତ ହୋଇଛି । ଦେଖାଯାଉ ଦଳବିରୋଧୀ ଆଶାୟୀ ପ୍ରାର୍ଥୀ କରିଥିବା ନିୟମ ଟି ଆଗାମୀ ରାଜନୀତି ରେ ସପକ୍ଷ ହେବ ନା ଦଳୀୟ ନେତା ମାନଙ୍କୁ ବିବ୍ରତ୍ତ କରାଇବ ତାହା ଦେଖିବାକୁ ବାକି ରହିଲା ।


© 2023 Odisha Taza News.