ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ମଧ୍ୟ ଛାତ୍ରୀମାନଙ୍କୁ ଖେଳିବାର କିଛି କୌଶଳ ପ୍ରଦର୍ଶନ କରିଥିଲେ । ଯଦ୍ବାରା ମହାବିଦ୍ୟାଳୟର ସମସ୍ତ ଛାତ୍ରୀବୃନ୍ଦ ଉଲ୍ଲସିତ ଓ ଉତ୍ସାହିତ ହୋଇ ଥିଲେ ।ଏହି କ୍ରୀଡା ପ୍ରତିଯୋଗୀତା ଗୁଡିକ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ମହିଳା ମହାବିଦ୍ୟାଳୟର ଗୃହ-ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପୂର୍ଣ୍ଣମାତ୍ରାରେ ଆନନ୍ଦର ସହ ସହଯୋଗ କରିଥିଲେ ।
ଏହି କ୍ରୀଡା ପ୍ରତିଯୋଗୀତାରେ ମୁଖ୍ୟତଃ ୧୦୦ ମିଟର ଦୌଡ ସମେତ ୨୦୦ ମିଟର ଦୌଡ , ପୁଟିଙ୍ଗ ଦି ସଟ୍ , ଡିସ୍କସ୍ ଥ୍ରୋ , ହାଇଜମ୍ପ , ଲଙ୍ଗଜମ୍ପ , ରିଲେ ରେସ୍ , ମ୍ୟୁଜିକାଲ୍ ଚେୟାର , ଜାଭେଲିନ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗୀତା ସହ ମନୋରଞ୍ଜନ ପାଇଁ ଫେନସି ଡ୍ରେସ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା , ଯାହାକୁ କି ଉପସ୍ଥିତ ଦର୍ଶକ କୌତୁକ ସହ ଉପଭୋଗକରିଥିଲେ ଏହି ଦୁଇଦିନର ବାର୍ଷିକ କ୍ରୀଡା ଉତ୍ସବରେ ତିନିଶହରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇ ସଂପୂର୍ଣ୍ଣ କ୍ରୀଡା ଦିବସକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ ।

© 2023 Odisha Taza News.