ଓଡିଶା ତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) ଭୁବନେଶ୍ୱର :- ରାଜ୍ୟରେ ମହାମାରୀ କରୋନା ରେ ପୁଣି ଜଣଙ୍କ ଜୀବନ ନେଇଛି । ଏବେ ମୋଟ କରୋନା ଆକ୍ରାନ୍ତ ରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି । ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମର ବୋଲି ଜଣା ପଡିଛନ୍ତି ।ସେହିଭଳି ରାଜ୍ୟରେ ଆଜି ୧୬ ଜିଲ୍ଳାରୁ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ୭୨ ଜଣ ସଂଗରୋଧ କେନ୍ଦ୍ରରେ ଥିବାବେଳ ୩ ଜଣ ଅନ୍ୟାନ୍ୟ ସ୍ଥାନରୁ ଚିହ୍ନଟ କରାଯାଇଛି ।
ଆକ୍ରାନ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୧୮, କୋରାପୁଟ ଜିଲ୍ଲାରୁ ୨, ଯାଜପୁର ଜିଲ୍ଲାରୁ ୭, କେନ୍ଦୁଝର, ଗଞ୍ଜାମ, ପୁରୀ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଛଡ଼ା ନୟାଗଡ଼ ଜିଲ୍ଲାରୁ ୪, କଟକ ଜିଲ୍ଲାରୁ ୫ , ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବଲାଙ୍ଗୀର ଜିଲ୍ଲାରୁ ୫, ସୁନ୍ଦରଗଡ଼ ଜିଲ୍ଲାରୁ ୧୮ ଏବଂ ସୋନପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ମଧ୍ୟରେ ୩୪ଶହ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୭୫ ଜଣଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com