ଓଡିଶା ତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) ବାଲେଶ୍ୱର :- ବାଲେଶ୍ୱର ଓ ଲଂଗଲେଶ୍ୱର ବନବିଭାଗକୁ ବଡ଼ ସଫଳତା । ସୂଚନା ଅନୁଯାୟୀ ବସ୍ତା ବ୍ଲକ ରଘୁନାଥପୁର ପଂଚାୟତ ବଡଅସ୍ତି, ରାମ ଚକ, ଘୋଳେଇ, ବେଲି ଆଦି ଗ୍ରାମରେ ଗୋଟିଏ ମାଙ୍କଡ଼ ଚାରିଦିନ ହେବ ଆତଙ୍କ ଜାରି ରଖିଥିଲା । ଦିନ ରାତି, ଘରେ ବାହାରେ ଲୋକଙ୍କୁ ମାରଣାନ୍ତଙ୍କ ଆକ୍ରମଣ କରିଚାଲିଥିଲା । ଅଞ୍ଚଳ ବାସି ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହି ଆସୁଥିଲେ , ମାଙ୍କଡ଼ ଆକ୍ରମଣରେ ବାର ଜଣ ଆହତ ହୋଇଥିବା ବେଳେ ଚାରି ଜଣ ମଧ୍ୟ ଗୁରୁତର ହୋଇ ଚିକିସ୍ତାଧୀନ ରହିଛନ୍ତି ।
ଖବର ପାଇ ବନବିଭାଗ ଓ ମାଙ୍କଡ ଧରାଳି, ଘଟଣା ସ୍ଥଳରେ ପହଞ୍ଚି ଏବଂ ରାଜଘାଟର ଜୀବନସାଥୀ ସ୍ବେଛାସେବୀ ସଂଗଠନର ସଭାପତି ଓ ଯୁବ ସମାଜସେବୀ ଦୀପ୍ତିମାନ୍ ପତି ଏବଂଗ୍ରାମର କିଛି ଯୁବକଙ୍କର ସହାୟତାରେ କିଛି ଜାଲ ବିଛାଇ ମାଙ୍କଡ଼କୁ କାବୁ କରିବାରେ ସଫଳ ହୋଇଛନ୍ତି । ଉକ୍ତ ମାଙ୍କଡ଼କୁ ବନବିଭାଗ ଏକ ଲୁହା ପିଞ୍ଜରାରେ ରଖି କୁଳଡ଼ିହା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଅନ୍ୟ ପକ୍ଷରେ ଏବେ ଅଞ୍ଚଳରେ ସ୍ବଭାବିକ ପରିସ୍ଥିତି ରହିଛି । (ଦୀପ୍ତିମାନ୍ ପତି/ଜଳେଶ୍ୱର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com