• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରଶାସନିକ ଅଧିକାରୀ ଙ୍କ ଅଦଳବଦଳକୁ ନେଇ ହୋଇଥିବା ଚର୍ଚ୍ଚା ଉପରେ ସ୍ପଷ୍ଟିକରଣ ଦେଲେ – ସୁବ୍ରତ ବାଗଚୀ

Proprietor Abhimanyu Maharana by Proprietor Abhimanyu Maharana
June 7, 2020
in Uncategorized, ଓଡ଼ିଶା, କରୋନା, ଦେଶ, ହୋମ୍
0
ପ୍ରଶାସନିକ ଅଧିକାରୀ ଙ୍କ ଅଦଳବଦଳକୁ ନେଇ ହୋଇଥିବା ଚର୍ଚ୍ଚା ଉପରେ ସ୍ପଷ୍ଟିକରଣ ଦେଲେ – ସୁବ୍ରତ ବାଗଚୀ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍‌ (୭ ଜୁନ ଶୁକ୍ରବାର) ଭୁବନେଶ୍ୱର :- ଗତ କିଛି ଦିନ ପରେ ଓଡ଼ିଶା ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ପୁଣି ମତ ଦେଇଛନ୍ତି । ସୁବ୍ରତ ବାଗଚୀ ଆଜି ତାଙ୍କ ସମ୍ବୋଧନରେ କରୋନା ସମ୍ପର୍କ ସଚେତନତା ବାଣ୍ଟିଛନ୍ତି । କରୋନା ର ଏଇ ଲମ୍ବା ଲଢ଼େଇରେ ଜୁନ୍ ମାସ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନିଜ ଶୈଳୀରେ ଉପସ୍ଥାପିତ କରିଛନ୍ତି ବଗଚୀ । ବାଗଚୀ କହିଛନ୍ତି ଯେ, ଜୁନ୍ ମାସ ହେଉଛି କରୋନାର ଚତୁର୍ଥ ପର୍ଯ୍ୟାୟ ସମୟ । ଆମେ ଜୀବନ, ଜୀବିକା ଦ୍ୱନ୍ଦ ଭିତରେ ରହିଥିବା ବେଳେ ବାସ୍ତବତାକୁ ଗ୍ରହଣ କରିବାକୁ ପଡ଼ିବ । କରୋନାକୁ ନ ଜଗିଲେ ଜଙ୍ଗଲର ମଣିଷଖିଆ ବାଘ ପରି ଆମ ଆଡକୁ ମାଡ଼ି ଆସିବ । ଆମେ ନିଜକୁ, ପରିବାରକୁ, ସମାଜକୁ ଆସନ୍ନ ବିପଦରୁ ରକ୍ଷା କରିବାକୁ ପଡ଼ିବ । ଜୁନ୍ ମଝିରୁ ଜୁଲାଇ ମଝି ପର୍ଯ୍ୟନ୍ତ କରୋନା ସଂକ୍ରମଣ ବିସ୍ଫୋରଣ ଆକାର ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଥିବାରୁ ଆମକୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ ।

ଲକ୍ ଡାଉନ୍ କୋହଳକୁ କରୋନା ସରିଗଲା ବୋଲି ଭାବିଲେ ଭୟଙ୍କର ପରିସ୍ଥିତି ହେବ । ଜୁନ୍ ଘାଟି ପାରି ହେଲେ ଯାଇ ଆମ ଉପରୁ ବିପଦ ଟଳିବ । ମହାପ୍ରଭୁ ତିନି ମାସ ଧରି ଭକ୍ତଙ୍କଠାରୁ ଦୂରରେ ରହି କଷ୍ଟ ସହୁଛନ୍ତି । ନିଜେ ମହାପ୍ରଭୁ ବେଢ଼ି ପିନ୍ଧୁଛନ୍ତି, ଆସନ୍ତୁ ଆମେ ବେଢ଼ି ପିନ୍ଧିବା ଏବଂ ସୁସ୍ଥରେ ରହିବା ବୋଲି କହିଛନ୍ତି ବାଗଚୀ । ବାଗଚୀ ଆରମ୍ଭରୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସଫଳତା ଉପରେ କହିଥିଲେ । କୋଭିଡ୍ ନିୟମ ଭିତରେ ସ୍ନାନଯାତ୍ରା ଅତ୍ୟନ୍ତ ସମନ୍ୱିତ, ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ ହେଲା । ସେଥିପାଇଁ ସମସ୍ତ ସେବାୟତ, ଶ୍ରୀମନ୍ଦିର ସେବକ ଏବଂ ପ୍ରଶାସନ ଧନ୍ୟବାଦର ପାତ୍ର ବୋଲି ମତ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି କୋଭିଡ୍ ଯୁଦ୍ଧରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଗଜପତି ମହାରାଜା । ବୟସ ଦୃଷ୍ଟିରୁ କୋଭିଡ୍ ନିୟମ ମାନି ଛେରା ପହଁରାରୁ ନିବୃତ ରହି ଶ୍ରୀନଅରରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଯୁଦ୍ଧ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇ ପ୍ରସ୍ତୁତି ଜୋରଦାର କରାଯାଇଥିଲା । କୋଭିଡ୍ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ଦେଇଥିଲେ ସୁବ୍ରତ ବାଗଚୀ । ଏବେ ପ୍ରଶାସନର ସୁବିଧା ପାଇଁ ମୂଳ ବିଭାଗର ଦାୟିତ୍ୱ ବୁଝିବାକୁ ପ୍ରଶାସନିକ ଅଧିକାରୀ ଙ୍କୁ ଦିଆଯାଇଛି । ସେମାନଙ୍କ କ୍ଲାନ୍ତ ଦୂର କରି ନୂଆ ଯୋଦ୍ଧାମାନଙ୍କୁ ଦାୟିତ୍ୱ ଦେବାର ବେଳ ଆସିଛି । ତେଣୁ ଏହି ଅଦବଳବଦଳକୁ ନେଇ ସୃଷ୍ଟି କରାଯାଉଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଏହା ହେଲେ କରୋନା ଯୁଦ୍ଧର ସମ୍ମୁଖ ଭାଗରେ ଲଢୁଥିବା ଏହି ଯୋଦ୍ଧାମାନେ ହତୋତ୍ସାହିତ ବୋଲି ବାଗଚୀ କହିଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version