୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗୀର :- ଦେଶରେ ଡେରୀ କ୍ଷେତ୍ର ଏବେ ଅଦ୍ଭୁତପୂର୍ବ ଅଭିବୃଦ୍ଧି କରିଛି । ଏହା ଗ୍ରାମାଂଚଳରେ ବୃହତ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟ ବୃଦ୍ଧି କରିବାର ମାଧ୍ୟମ ସାଜିବ ବୋଲି ବୁଧବାର ବଲାଙ୍ଗୀର ଜିଲ୍ଲାରେ ଆୟୋଜିତ ଦୁଇ ଦିବସୀୟ ଦୁଗ୍ଧଚାଷୀ ସମ୍ମିଲନୀର ଉଦ୍ଘାଟନି ଉତ୍ସବରେ ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ସେ ନିଜର ବାର୍ତାରେ କହିଛନ୍ତି ଯେ, ଏହି କ୍ଷେତ୍ରରେ ଏବେ ନୂତନ ଟେକନ୍ଲୋଜି, ଉତ୍ପାଦ ଏବଂ ଧାରା ଦେଖବାକୁ ମିଳିଛି ଯାହା ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ ଗୁଡିକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରୁଛି । ଉପଯୁକ୍ତ ନୀତିଗତ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି । ବଲାଙ୍ଗୀରରେ ଏହଭଳିି ସମ୍ମଳନୀ ଆୟୋଜିତ ହେବା ଆମ ପାଇଁ ଏକ ଖୁସିର ବିଷୟ ।
ଅନ୍ୟଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ବିକେଏନ ଦୁଗ୍ଧ ସମିତିର ସାଧାରଣ ପ୍ରବନ୍ଧକ ଡ. ସରୋଜ କୁମାର ସାହୁ, ବିକେଏନ ଦୁଗ୍ଧ ସମିତିର ଅଧ୍ୟକ୍ଷ ଶ୍ରୀମତୀ ସିମା ପଟେଲ, ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦକ ମହାସଂଘର ପରିଚାଳନା ନିର୍ଦ୍ଦେଶକ ଆଶିଷ ସିହ୍ନା, ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡ. ସୁରେଶ ଦଲାଇ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଣାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରବୀଣ କୁମାର ମଲିକ, ଓଡିଶା ଜୈବିକ ଉତ୍ପାଦ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ତଥା କଟକ ଦୁଗ୍ଧ ସମିତିର ମହାପ୍ରବନ୍ଧକ ଡ. ଦିଗାମ୍ବର ନାୟକ ଓ ଭାରତ ସରକାରଙ୍କ ଦୁଗ୍ଧ ଏବଂ ପଶୁପାଳନ ବିଭାଗ ଅଧିନ ଗୋରୁ ପ୍ରଜନନ ଫାର୍ମ, ସମ୍ବଲପୁର, ଓଡିଶାର ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥତ ରହି ମତବ୍ୟକ୍ତ କରିଥିଲେ ।
ଏହି ସମ୍ମିଳନୀ ରାଜ୍ୟର ପ୍ରାୟ ୬୫୦୦ ସମବାୟ ସମିତି ଓ ୩ ଲକ୍ଷ ଦୁଗ୍ଧଚାଷୀଙ୍କୁ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଅତିଥିମାନଙ୍କ ଅଭିଭାଷଣ, ନେଟୱାର୍କି ଫୋରମ ଓ ବିଭିନ୍ନ କେସ୍ ଷ୍ଟଡି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଗୋପାଳନ କ୍ଷେତ୍ର ସହିତ ଜଡିତ ପ୍ରାୟ ୨ହଜାର ଲୋକ ଉପସ୍ଥିତ ରହି ନିଜର ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଛନ୍ତି । ଗୋପାଳନ କ୍ଷେତ୍ରରେ ବିକାଶମୂଳନ ଅବଦାନ, ସଫଳତା ପାଇଥିବା ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା ।
© 2023 Odisha Taza News.