No Result
View All Result
୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ଏନ ଏ ସି ର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ ଏକ ବିଲ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଜଣାପଡିଛି ମିଳିଥିବା ସୂଚନା ଅନୁଯାୟୀ କାଶୀନଗର ଏନ ଏ ସି ର ୧୧ନଂ ୱାର୍ଡରେ ସିସି ରୋଡ କାମ ବାବଦରେ ବିଲ କରାଇବା ଠିକାଦାର କେ.ତେଜସ୍ୱର ରାଓ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁଙ୍କ ପାଖକୁ ଯାଇଥିଲେ l ହେଲେ ଏହି କାମର ବିଲ ପାଇଁ ୩୦ହଜାର ଟଙ୍କା ଲାଞ୍ଚ ଠିକାଦାର ତେଜେଶ୍ୱର୍ ରାଓଙ୍କୂ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଲାଞ୍ଚ ମାଗିଥିଲେ l ଏହା ପରେ ଠିକାଦାର ଶ୍ରୀ ରାଓ ଭିଜିଲାନ୍ସର ଦ୍ବାରସ୍ଥ ହୋଇ ସବୁକଥା କହିଥିଲେ l
ଭିଜିଲାନ୍ସ ଠିକାଦାରଙ୍କ ସବୁ କଥା ଶୁଣି କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଜାଲ ବିଛେଇ ଥିଲେ l ଏହାପରେ ପୂର୍ବ ଯୋଜନା ଅନୁଯାୟୀ ଡିଏସପି ଶରତ ସାହୁଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁଙ୍କ ଘର ପାଖରେ ଛପି ଜଗିଥିଲେ ସେଠାରେ ଠିକାଦାର କେ.ତେଜସ୍ୱର ରାଓଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁଙ୍କୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଟିମ ମାଡ଼ିବସିଥିଲେ l
ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ୩୦ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟ ଏବଂ କାଶୀନଗର ସ୍ଥିତ ତାଙ୍କ ଭଡା ଘରେ ଚଢ଼ାଉ ଆରମ୍ଭ କରିଥିଲେ l ଗଜପତି ଜିଲ୍ଲାର ଖୁମ୍ କମ୍ ଦିନ ବ୍ୟବଧାନରେ ପୃଥକ ପୃଥକ ଭାବରେ ଦୁଇ ଜଣ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ କାର୍ଯ୍ୟରତ ଦୁର୍ନୀତିଗସ୍ତ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି l
No Result
View All Result