ଓଡିଶା ତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) ଭୁବନେଶ୍ୱର :- ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । ଦର୍ଶନ ବିଭାଗର ଜଣେ ଅଧ୍ୟାପିକାଙ୍କର ସମ୍ପର୍କୀୟଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ତେବେ ଦର୍ଶନ ବିଭାଗ ଥିବା ବିଲ୍ଡିଂରେ ଅନ୍ୟ ଦୁଇଟି ବିଭାଗକୁ ବି ସିଲ୍ କରି ଦିଆଯାଇଛି । ଦର୍ଶନ ବିଭାଗ ସମେତ ଅର୍ଥନୀତି ଓ ଇଂରାଜୀ ବିଭାଗକୁ ମଧ୍ୟ ସିଲ୍ କରି ଦିଆଯାଇଛି । ସେହି ବିଭାଗର କୌଣସି ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀଙ୍କୁ ବିଶ୍ୱବିଦ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com