ଏହି ସୂଚନା ପାଇବା ପରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ନିମ୍ନୋକ୍ତ ୩ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ୨ଟି ମୋଟରସାଇକେଲ ଏବଂ ଡକାୟତିରେ ବ୍ୟବହାର ଲାଗି ପାଖରେ ରଖି ଥିବା ଗୋଟିଏ ଲୁହା ଛଡ, ୨ଟି କଟୁରୀ, ଗୋଟିଏ ଖଣ୍ଡା ଏବଂ କିଛି ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ, ବିଳମ୍ବିତ ରାତିରେ ଭୁବନେଶ୍ଵର ସହର ମଧ୍ୟରେ ଡକାୟତି କରିବା ଲାଗି ଉକ୍ତ ସ୍ଥାନରେ ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ ।
ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ମାନ ରହିଛି । ସେଥି ମଧ୍ୟରୁ ଅଭିଯୁକ୍ତ ସାଜନ ସମନ୍ୱୟଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ରାଉତଙ୍କ ନାମରେ ମଞ୍ଚେଶ୍ଵର ଥାନା ଓ ଶହୀଦନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ଏବଂ ଅଭିଯୁକ୍ତ ଜୀବନଜ୍ୟୋତି ମହାନ୍ତିଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ଗୋଟିଏ ମାମଲା ରହିଛି । ଉକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ୪୮୬/୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇ ଆଇନଗତ କାର୍ୟନୁଷ୍ଠାନ ପରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
1. Sajan Samanuya (29), S/0-Bijaya Ketan Sethi, Vill-Hatibari, road, Dist-Jajpur, A/p- Trinath Bazar, Nakhara, PS-Cuttack Sadar, Dist-Cuttack.

© 2023 Odisha Taza News.