ଏହି କାର୍ଯ୍ୟକ୍ରମର ସଫଳ ଏବଂ ଫଳପ୍ରଦ ଆୟୋଜନ ସମ୍ପର୍କରେ ଶ୍ରୀମତୀ ଉଷା ଦେବୀ କହିଛନ୍ତି ଯେ ସମ୍ମିଳନୀର ବିଷୟବସ୍ତୁ “ଉଦୀୟମାନ ସ୍ଥାପତୃ ଦିଗବଳୟ’ ବେଶ ଆକର୍ଷଣୀୟ ଯାହା ସ୍ଥାପତ୍ୟ କଳାର ଅତୀତ, ବର୍ତମାନର ଆହ୍ୱାନ ଓ ଅଭିନବ ଚିନ୍ତାଧାରାର ଶ୍ରେଷ୍ଠ ବ୍ୟବସ୍ଥାକୁ ନେଇ ଜ୍ଞାନକୁ ଉପସ୍ଥାପନ କରାଯାଉଛି । ଏହି ସମ୍ମିଳନୀ ଓ ଏହାର ବିଶିଷ୍ଟ ବକ୍ତାମାନେ ସ୍ଥପତି ଏବଂ ଦେଶର ଭବିଷ୍ୟତ ସ୍ଥପତିଙ୍କୁ ଉତ୍ସାହିତ କରିଛନ୍ତି । ୟୁନିୟନ ଅଫ୍ ଇଟଂରନ୍ୟାସନାଲ୍ ଆର୍କିଟେକ୍ସର ସଭାପତିି ସ୍ଥପତି ଜୋସ୍ ଲୁଇସ୍ କହିଛନ୍ତି ଯେ ଏଭଳି ଏକ କାର୍ଯ୍ୟକ୍ରମ କେବଳ ଭାରତର ବିଭିନ୍ନ ରାଜ୍ୟରୁ ଆସିିଥିବା ପେସାଦାରଙ୍କ ସମ୍ମିଳନୀ ନଥିଲା ବରଂ ନୂଆ ଚିନ୍ତାଧାରା ଓ ଦିଗନ୍ତକୁ ନେଇ ଏକତ୍ରୀତ ହେବା ଲାଗି ସ୍ଥପତି ଗୋଷ୍ଠୀଙ୍କୁ ଏକ ଶ୍ରେଷ୍ଠ ମଂଚ ପ୍ରଦାନ କରିଛି, ଯାହାକୁ ଏହି କାର୍ଯ୍ୟକ୍ରମ କ୍ଷୀତିଜ୍ ଯୁକ୍ତିଯୁକ୍ତି ସାବ୍ୟସ୍ତ କରିଛି ।
ଆଇଆଇଏ ଓଡ଼ିଶାର ଅଧ୍ୟକ୍ଷ ସ୍ଥପତି ରାଜ କନୱର ନାୟକ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଏହାର ଲକ୍ଷ୍ୟ ଅନୁସାରେ ଆମ ଦେଶ, ସମାଜ, ଅର୍ଥନୀତି ଓ ସଂସ୍କୃତିର ନିରନ୍ତର ଓ ସୁସଂଗଠିତ ଅଭିବୃଦ୍ଧି ଲାଗି ସଦସ୍ୟଙ୍କ ସ୍ୱାର୍ଥ ଓ ସେମାନଙ୍କ ପେସାଦାର ମାନରେ ଉନ୍ନତି ଆଣିବା ଏବଂ ସ୍ଥାପତ୍ୟ ଓ ସ୍ଥାପତ୍ୟ କଳାର ମୂଲ୍ୟବୋଧକୁ ବଢ଼ାଇବା ଓ ତାହାର ପ୍ରଚାର କରିବାରେ ବେଶ ସଫଳ ହୋଇଛି । ଯାହା ହାଡିଡ୍ ଆର୍କିଟେକ୍ଟସ୍ ଷ୍ଟୁଡିଓର ବିଶିଷ୍ଟ ସ୍ଥପତି ଜେ ପି ଅଗ୍ରୱାଲ୍, ସିଦ୍ଧାର୍ଥ ତଲୱାର ଏବଂ ବିଶୁ ଭୂଷଣଙ୍କ ପକ୍ଷରୁ ବିଭିନ୍ନ ଦେଶରେ ନାଗରିକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିବା ସେମାନଙ୍କ କାଯ୍ୟକୁ ପ୍ରଦର୍ଶିତ କରାଯାଇଥିଲା । ସଂଯୋଜକ ସ୍ଥପତି ବିଭୁ ମହାପାତ୍ର ଏବଂ ଇଆର୍ସିର ଆୟୋଜକ ସମ୍ପାଦକ ସ୍ଥପତି ସ୍ୱପ୍ନଦତ ମହାନ୍ତି ମୁଖ୍ୟ ଅତିଥି, ମଂଚାସୀନ ବିଶିଷ୍ଟ ସ୍ଥପତି ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

© 2023 Odisha Taza News.