ଓଡିଶା ତାଜା ନ୍ୟୁଜ୍ (୦୬ ଜୁନ୍ ଶନିବାର) ଭୁବନେଶ୍ୱର :- ଓଡିଶା ଅଭିଭାବକ ମହାସଂଘ ଓଡିଶାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏହି ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି । ଏବେ ଓଡ଼ିଶାର ତିରିଶଟି ଜିଲ୍ଲା ଆକ୍ରାନ୍ତ । ମାନ୍ୟଵର ମୁଖ୍ୟମନ୍ତ୍ରୀ ଜନସାଧାରଣ ମାନଙ୍କୁ ଏ ସଂକ୍ରାନ୍ତରେ ସମ୍ବୋଧନ କରି ସଚେତେନ କରାଇବା ସହ ଆଗକୁ ବହୁତ ଅସମ୍ଭବ ପରିସ୍ଥିତି ପାଇଁ ସଜାଗ ରହିବା ଆହ୍ୱାନ ଦେଇଛନ୍ତି, ତାସାହିତ କଠୋର ନିଷ୍ପତି ନେଇ ସପ୍ତାହରେ ଦୁଇଦିନ ଏଗାରଟି ଜିଲ୍ଲାରେ ସମ୍ପୂର୍ଣ ବନ୍ଦ କରିଛନ୍ତି । ଏହା ଜୀବିକା ଉପରେ ପ୍ରଭାବ ପକାଇଲେ ମଧ୍ୟ କରୋନା କୁ ରୋକିବାକୁ କଠୋର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏଗାରଟି ଜିଲ୍ଲା ବନ୍ଦ ହେଵା ସହ ଓଡ଼ିଶାରେ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ଏହା ପୁଣି ମୁଖ୍ୟଶାସନ ସଚିବଙ୍କ ଦସ୍ତଖସ୍ତରେ ଗତ 02.06.20 ରେ ସ୍ଵଂତନ୍ତ୍ର ରିଲିଫ କମିଶନର ଅର୍ଡର କରିଛନ୍ତି । ସେହି ଅର୍ଡ଼ରରେ ବରିଷ୍ଟ ନାଗରିକ ଓ ଦଶ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାହାରକୁ ସମ୍ପୂର୍ଣ ବାରଣ କରାଯାଇଛି ।
ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତିକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିବା ସହ ଏହି ଆହ୍ୱାନକୁ ସ୍ୱୀକାର କରିଥିଲା । ଏହାକୁ ଅନ୍ୟ ରାଜ୍ୟରେ ଲାଗୁ କରିବା ପାଇଁ ସର୍ବ ଭାରତୀୟ ଅଭିଭାବକ ସଂଘର ଜୁମ ମିଟିଙ୍ଗରେ ଅନ୍ୟ ରାଜ୍ୟର ଅଭିଭାବକ ସଂଘ ମାନେ ଓଡିଶା ସରକାରଙ୍କୁ ପ୍ରସଂଶା କରିବା ସହ ଆମ ରାଜ୍ୟକୁ ଏକ ଉଦlହରଣ ଭାବେ ଗ୍ରହଣ କରିଥିଲେ ଗତ କଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଓ ମାଧ୍ୟମିକ ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଆସନ୍ତା ଜୁଲାଇ 15 ତାରିଖ ସୁଦ୍ଧା ସମ୍ପୂର୍ଣ କରିବା ପାଈଁ ନିର୍ଧେସ ଦେଇ ଥିବାରୁ ଏହା ମୁଖ୍ୟଶାସନ ସଚିବଙ୍କ ଦସ୍ତଖସ୍ତରେ ଗତ 02.06.20 ରେ ସ୍ଵଂତନ୍ତ୍ର ରିଲିଫ କମିଶନରଙ୍କ ଅର୍ଡରର ସମ୍ପୂର୍ଣ ବିପରୀତ । ଏହାକୁ ଦୃଢ ବିରୋଧ କରିଛି ଓଡିଶା ଅଭିଭାବକ ମହାସଂଘ । ଏହାକୁ ଆଳ କରି ବେସରକାରୀ ବିଦ୍ୟାଳୟ ମାନେ ନାମଲେଖା ନାମରେ ଅଭିଭାବକ ମାନଙ୍କୁ ଶୋଷଣ କରିବେ, ପୁଣି ନାମଲେଖା ପରେ ମାସିକ ଫି ମାଗିବେ ଏବଇଁ ରି-ଆଡ଼ମିସନ ନାମରେ ଲୁଟ କରିବେ । ଏହାକୁ ରୋକିବା ଅସମ୍ଭବ ହୋଇପଡିବ । ଏପରି ପରିସ୍ଥିତିରେ କରୋନା ବୃଦ୍ଧି ପାଇବାସହ ଲୁଟର ଶିକାର ଅଭିଭାବକ ମାନେ ହେବେ । ଏହି ନିଷ୍ପତିକୁ ବିରୋଧ କରି ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏକ ପତ୍ର ଦ୍ୱାରା ମୁଖ୍ୟ ସାଶନସଚିବ ଶ୍ରୀ ଅସିତ ତ୍ରିପାଠୀ, ସ୍ଵଂତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସାଶନସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଙ୍କୁ ଏହାକୁ ଫେରେଇନେବା ପାଇଁ ଅନୁରୋଧ କରିଛନ୍ତି ।
ଏହା ମୁଖ୍ୟ ସାଶନସଚିବ ଙ୍କ ନିଁର୍ଧେଶର ଅବମାନନା ଓ ଅଭିଭାବକ ମାନେ ଏହାକୁ ଦୃଢ ବିରୋଧ କରିବେ ଯଦି ଏହା ଫେରାଇ ନ ନିଆଯିବ । କେଉଁ ଅର୍ଡର କୁ ମାନିବେ ଓ କିଏ ସର୍ବୋଚ୍ଚ ସାଶନ ଅଧିକାରୀ ତା ଉପରେ ପ୍ରଶ୍ନ ଉଠାଇଛି ଓଡିଶା ଅଭିଭାବକ ମହାସଂଘ । ସବୁ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ଚାହୁଁଛନ୍ତି, ତେଣୁ ଏହାକୁ ଫେରାଇ ନିଆଗଲେ ସମସ୍ତେ ଖୁସି ହେବେ । ଭାରତ ସରକାର ଶିକ୍ଷା ବର୍ଷ ଓ ପାଠ୍ୟକ୍ରମ ଘୋଷଣା କଲାପରେ ସ୍କୁଲ ଖୋଲିବା ଉପରେ ନିଷ୍ପତି ନିଆଗଲେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ । ଯଦି ଏହି ଅର୍ଡରକୁ ଫେରାଇ ନିଆଯିବ, ତାହାଲେ ଆସନ୍ତା ସୋମବାର ଦିନ ଏକ ଜରୁରୀ କାଳୀନ ସଭା ଡାକି ଆଗାମୀ କାର୍ଯ୍ୟକ୍ରମ ଉପରେ ନିଷ୍ପତି ନିଆଯିବ । ଏହାକୁ ଇମେଲ ଓ ଭାଟସପ ଦ୍ୱାରା ଅସିତ ତ୍ରିପାଠୀ, ପ୍ରଦୀପ ଜେନା ଓ ଚିତ୍ରା ଆରୁମୁଗମ ଙ୍କୁ ପଠାଯାଇଛି, ସେମାନେ ଏହାକୁ ଦେଖି କଣ ପଦକ୍ଷପ ନେବେ ତାଉପରେ ଆମର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ ପ୍ରକାଶ କରିଛନ୍ତି । ରିପୋର୍ଟ -ପ୍ରସନ୍ନ ବିଷୋୟୀ
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com