No Result
View All Result
୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ଶିଖପାଲି ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିବା ସହ ଅଧିକାରୀଙ୍କ ସହ ଆଲୋଚନା କଲେ ମାଲକାନଗିରି ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି । ତେବେ ଏହି ସମୟରେ ଚାଷୀମାନେ ଶ୍ରୀ ମାଡକାମୀଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ରେଜିଷ୍ଟ୍ରେସନ ଅନୁଯାଇ ୪୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ନିୟମ ଥିବାବେଳେ ଏହା ପରିବର୍ତ୍ତେ କମ ଧାନ କିଣିବାକୁ ଅନୁମତି ଦିଆଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଧାନ କିଣିବା ପାଇଁ ସରକାରୀ ନିୟମକୁ ପାଳନ କରିବା ପାଇଁ ଚାଷୀ ମାନେ ଦାବି କରିଥିବା ବେଳେ ଶ୍ରୀ ମାଡକାମି ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ସହ ଆଲୋଚନା କରିଥିଲେ । ଚାଷୀଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିବା ବେଳେ ଅଧିକାରୀ ମାନେ ସୁରୁଖୁରୁରେ ଧାନ ମଣ୍ଡି ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା ମଧ୍ୟ ପ୍ରକାଶ କରିଛନ୍ତି । ଏହି ଅବସର ରେ ସାଂସଦ ପ୍ରତିନିଧି ବି. କାମେଶ୍ୱର ରାଓ ଉପସ୍ତିତ ଥିଲେ।


No Result
View All Result