ଓଡିଶା ତାଜା ନ୍ୟୁଜ୍ (୦୬ ଜୁନ୍ ଶନିବାର) ବାଲେଶ୍ୱର ଜିଲ୍ଲା :- ଆଧାର କାର୍ଡକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ସରକାରୀ ଜରୁରୀ ନଥି ମିଳୁଛି ମାଟିତଳୁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ ।
ବ୍ଲକର ଯୋଗେଇ ପୋଷ୍ଟ ଅଫିସରେ କାର୍ଯ୍ୟରତ ବାଂଛାନିଧି ପରିଡାଙ୍କ ଘର ପଛପଟୁ ମିଳିଛି ଏହିଭଳି ଶହ ଶହ ଆଧାର କାର୍ଡ । ଅଭିଯୋଗ ହୋଇଛି ଲୋକଙ୍କ ନଦେଇ ଆଧାର କାର୍ଡକୁ ଘର ପଛପଟେ ମାଟିରେ ପୋତି ଦେଇଥିଲେ ବାଂଛାନିଧି । କିଛିବର୍ଷ ପରେ ସେହି ସ୍ଥାନରୁ ମାଟି ବିକ୍ରି କରିବା ପାଇଁ ଖୋଳିଲା ବେଳେ ବାହାରିଛି ଏସବୁ ଆଧାର କାର୍ଡ ।
ଶହ ଶହ ଆଧାର କାର୍ଡ ଏଭଳି ମାଟିତଳୁ ବାହାରିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତେଜନା ଦେଖାଦେଇଛି । ସରକାର ଡାକ ଯୋଗେ ଆଧାର କାର୍ଡ ପହଂଚାଇବା ପାଇଁ ଅଧିକ ସୁରକ୍ଷିତ ମନେ କରୁଥିବାବେଳେ ଖୋଦ ଡାକ ବିଭାଗ କର୍ମଚାରୀ ଏହାକୁ ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ ହୋଇଛି । ହେଲେ ସଂପୃକ୍ତ ପୋଷ୍ଟ ଅଫିସ କର୍ମଚାରୀ କହିଛନ୍ତି. ଏହା ତାଙ୍କ ବିରୋଧରେ ଏକ ଚକ୍ରାନ୍ତ । ରିପୋର୍ଟ – (ଦୀପ୍ତିମାନ ପତି /ବାଲେଶ୍ୱର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com