No Result
View All Result
୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ପାରମ୍ପରିକ ଲୋକ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ଉପରେ ସେଚତନତା ଆରମ୍ଭ ହୋଇଥିବା ପରିପ୍ରେକ୍ଷିରେ ଜିଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ତଥା ସର୍ବାଧିକ ଗ୍ରାମକୁ ରାସ୍ତା ନଥିବା ଫିରିଙ୍ଗିଆ ବ୍ଲକ ବିଭିନ୍ନ ଦୁର୍ଗମ ଅଂଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଫିରିଙ୍ଗିଆଙ୍କ ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସ୍ୱେଚ୍ଚାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ଏହି ସଚେତନତା କରାଯାଉଥିବା ବେଳେ ଏଥିରେ ବିଶେଷ କରି ଅଣ ସଂକ୍ରାମକ ରୋଗ, ପରିବାର ନିୟୋଜନ, ଯକ୍ଷ୍ମା ରୋଗ, ମେଲେରିଆ ର ନିରାକରଣ ଆଦି ବିଷୟ ଉପରେ ସ୍ଥାନିୟ ଲୋକ ନୃତ୍ୟ କଳା ଦଣ୍ଡ ବୀଣାକାର ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଉଛି ।
ବ୍ଲକର ୭ ଗୋଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରାଇଗୁଡା, ପାହିରାଜୁ, କ୍ରାଣ୍ଡିବାଲି, ସଲାଗୁଡା, ସାଡିଙ୍ଗିଆ, ଜାଜେସପଙ୍ଗା ଓ କରଣ୍ଡାଗଡ଼ ଠାରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାସିନିପଦର ଅଂଚଳର ଜଣାଶୁଣା ବୀଣାକାର କାଶ୍ୟପ ଖମାରି ତାଙ୍କର ଦଳ ଦ୍ୱାରା ସ୍ଥାନିୟ କୁଇ ଭାଷା ସହ ଦେଶିଆ ଭାଷା ମାଧ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି । କାର୍ଯ୍ୟକ୍ରମକୁ ସଠିକ ପରିଚାଳନା ନିମନ୍ତେ ପି.ଏଚ.ଓ ଦାୟିତ୍ୱରେ ଥିବା ସିମାଦ୍ରି ମହାରଣା, ବି.ପି.ଏମ ଅଜୟ କୁମାର ସାହୁ ତଦାରଖ ଦାୟିତ୍ୱ ନେଇଥିବା ବେଳେ ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରବୋଧ କୁମାର ପ୍ରଧାନ ତତ୍ୱବଧାନରେ ଏହି ଚାଲିଅଛି । ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗଦେଇ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ବିଷୟରେ ସଚେତନତା କରିଥିଲେ । କାର୍ଯ୍ୟକ୍ରମ ଗୁଡିକୁ ସୁପରିଚାଳନା ନିମନ୍ତେ ମା ଗୃହ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକର୍ତା ମାନେ ସହଯୋଗ କରିଥିଲେ ।


No Result
View All Result