୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି. ଅନ୍ତରଡା ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଶ୍ରୀ କାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମାଗଣା ସ୍ବାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମଣ୍ଡଳ ଶୁଭ ଉଦଘାଟନ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏନ ଦିଲେଶ୍ୱର ରାଓ ସହଯୋଗ କରିଥିଲେ। ଏହି ଶିବିର ରେ ସମସ୍ତ ରୋଗୀ ମାନଙ୍କ ରକ୍ତଚାପ , ସୁଗର ପରୀକ୍ଷା କରାଯିବା ସହ ସେମାନଙ୍କ ରୋଗ ଚିହ୍ନଟ କରି ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିର ରେ ସ୍ଥାନୀୟ ଅଞ୍ଚଳର ବହୁସଂଖ୍ୟାରେ ଲୋକେ ଯୋଗ ଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ଓ ରକ୍ତ ପରୀକ୍ଷା କରିଥିଲେ।
ଶିବିର ରେ ଜେମ୍ସ ହସ୍ପିଟାଲର ଚକ୍ଷୁ ରୋଗ, ଅସ୍ତିଶୈଳ ଓ ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଅପସ୍ଥିତ ରହି ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ସ୍ଵାସ୍ଥ୍ୟ ଶିବିରକୁ ଉତ୍ତମ ରୁପେ ପରିଚାଳନା କରିବା ପାଇଁ ଜେମ୍ସ ହସ୍ପିଟାଲର ପରିଚାଳନା କମିଟି, ସହକାରୀ ମେନେଜର ନାରାୟଣ ରାଓ, ଏରିଆ ମେନେଜର ଏସ ଅନିଲ, ବିଭିନ୍ନ ବ୍ଲକର ଜନ ସଂପର୍କ ଅଧିକାରୀ ମାନେ ଯୋଗଦେଇ ବେଳେ ସ୍ଥାନୀୟ ବ୍ଲକର ଜନ ସଂପର୍କ ଅଧିକାରୀ ସାଜାନ କାଉଁରୀ ଏହାକୁ ଆୟାଜନ କରିଥିଲେ। ଓଡିଶା ରାଜ୍ୟ ସରକାରଙ୍କ ବିଏସକେୱାଇ ସ୍ଵାସ୍ଥ୍ୟ କାର୍ଡ ମାଧ୍ୟମରେ ଏହି ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଯାଉଥିବା ବିଷୟରେ ଲୋକଙ୍କୁ ସଚେତନା କରିଥିଲେ।














