ସେମାନଙ୍କ ସମସ୍ୟା ଗୁଡିକ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନଜରକୁ ନେଇ ତାହାର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିଲେ । ଧାରଣା ସ୍ଥଳରେ ଆସି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଓହ୍ଲାଇବା ନାହିଁ ବୋଲି ସେ କର୍ମୀଙ୍କୁ କହଛନ୍ତିି ।ଅଙ୍ଗନୱାଡି କର୍ମୀଙ୍କ ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ମଧ୍ୟ ସେମାନଙ୍କ ଆଠ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।
ସରକାରଙ୍କ ପକ୍ଷରୁ ଯଦି ଦାବି ଗୁଡିକ ପୂରଣ ନ କରାଯାଏ ତେବେ ମୁଁ ମଧ୍ୟ ଆପଣଙ୍କ ସହ ମିଶି ଧାରଣା ଦେବି ବୋଲି କହିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ । ଧାରଣାରତ ଅଙ୍ଗନୱାଡି କର୍ମୀଙ୍କୁ ଭେଟିବା ପରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପରିଦର୍ଶନ ସହ ଭିତରକୁ ଯାଇ ରୋଗୀ ମାନଙ୍କ ସହ ମିଶି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରି ଡାକ୍ତରଙ୍କ ସହ ମଧ୍ୟ ଅଂଚଳର ସ୍ୱାସ୍ଥ୍ୟ ଚିକିତ୍ସା ବିଷୟକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।
ଅଙ୍ଗନୱାଡି କର୍ମୀଙ୍କ ଧାରଣାରେ ବସିଥିବା ସମୟରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟଙ୍କ ସହିତ ଜିଲ୍ଲା ଏସଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ଲଲିତ ପୂଜାରୀ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ମହାଙ୍କୁଡ, ବୈପାରିଗୁଡା ମଣ୍ଡଳ ଯୁବ ସଭାପତି ରାଜେନ୍ଦ୍ର ଗୌଡ,ଦୋରାଗୁଡା ପଂଚାୟତ ଉପସଭାପତି ତ୍ରିଲୋଚନା ଖରା, ବୈପାରିଗୁଡା ପଂଚାୟତ ମଣ୍ଡଳ ସଭାପତି ଧନପତି ନାୟକ, ମହନ ମାଝୀ,ନଳିନୀ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

© 2023 Odisha Taza News.