ଏଠାରେ ସୂଚନା ଯୋଗ୍ୟଯେ ରାଜ୍ୟ ସରକାର ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି I ବର୍ତ୍ତମାନ ହକି, ଫୁଟବଲ, କ୍ରିକେଟ, ବ୍ୟାଡ଼ମିଣ୍ଟନ, ସ୍ୱଇମିଙ୍ଗ ପରି ବୌଦ୍ଧିକ ଖେଳ ଚେସ୍ ପ୍ରତି ପିଲାଙ୍କ ଆଗ୍ରହ ବଢିଛି I ଏହି ପରିପ୍ରେକ୍ଷୀରେ ଚେସ୍ ଖେଳକୁ ଅଧିକ ପରିବ୍ୟାପ୍ତ କରିବା ଉଦେଶ୍ୟରେ ବିଦ୍ୟାଳୟ ସ୍ତରରୁ ଏହି ଚେସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I ଏହି ପ୍ରତିଯୋଗିତା ଉପଲକ୍ଷେ ଗତ 10 ତାରିଖରେ କଳିଙ୍ଗ ଷ୍ଟାଡିୟମ ପରିସରରେ ବିଦ୍ୟାଳୟ ଶିକ୍ଷକ ମାନଙ୍କୁ ନେଇ ଚେସ୍ ଖେଳ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା I
ଏହି ଚେସ୍ କାର୍ଯ୍ୟକ୍ରମକୁ ନେଇ ରାଜଧାନୀର ଛାତ୍ରଛାତ୍ରୀଙ୍କୁ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି I ଆଗାମୀ ଦିନରେ ଏହି ବିଦ୍ୟାଳୟରୁ ଚେସ୍ କାର୍ଯ୍ୟକ୍ରମ ସାରା ରାଜ୍ୟକୁ ପ୍ରସାରିତ କରାଯିବ I ଆଜି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା, କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୁଭାଂଶୁ ମିଶ୍ର, ଯୁଗ୍ମ ନିର୍ଦେଶକ, ଓସେପା ସରୋଜ ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଏଓସିଏ କର୍ମକର୍ତ୍ତା ମାନେ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ I

© 2023 Odisha Taza News.