୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗୀତା ଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ କେ.ନାରାୟଣ ରାଓ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ କୃତି ହୋଇଥିବା ପ୍ରତିଯୋଗୀ ମାନଙ୍କୁ ବିଧାୟକ କେ ନାରାୟଣ ରାଓ ପଦକ ପ୍ରଦାନ କରିଥିଲେ l ରାୟଗଡା ଜିଲ୍ଲାର ଗଣେଶ ମହାପାତ୍ର, ବ୍ରହ୍ମପୁର ରୁ ସତ୍ୟ ନାରାୟଣ ତ୍ରିପାଠୀ, ଟି. ଦିଲିପ କୁମାର, ସୋନୁ ମହାରଣା, ସୁମନ ମହାରଣା ରେଫରୀ ଭାବରେ ଯୋଗ ଦେଇଥିଲେ ।
ଏହି ପ୍ରତିଯୋଗିତାରେ ୭୬ ଜଣ ଅଂଶ ଗ୍ରହଣ କରିଥିବା ବେଳେ ସେଥିରୁ ସ୍ୱର୍ଣ୍ଣ ପଦକ ୪୪ଜଣ, ରୌପ୍ୟ ପଦକ ୨୧, କାଂସ୍ୟ ପଦକ 9 ଜଣ ହାସଲ କରିଥିଲେ । ସ୍ବର୍ଣ୍ଣ ଓ ରୌପ୍ଯ ପଦକ ହାସଲ କରିଥିବା ଖେଳାଳୀ ମାନେ ଆସନ୍ତା ୧୩,୧୪,୧୫ ଜାନୁଆରୀ ୨୦୨୨ ରେ କଟକରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ସେହି ପ୍ରତିଯୋଗୀତାରେ ସଫଳତା ହାସଲ କରିବା ଖେଳାଳୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଛାତ୍ର ତଥା ସହ ପ୍ରଶିକ୍ଷକ ରାଜୁ ପାଡାଲ୍ ଓ ନାଗେଶ୍ବର ମହାପାତ୍ର ଓ ଅଭିଭାବକ ମାନେ ସହଯୋଗ କରିଥିଲେ ।ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା













