1. ଭୁବନେଶ୍ୱର ଏବଂ ନୟାଗଡ଼ରେ ଥିବା ନିବାସ ଗୁଡ଼ିକ ଖୋଜାଖୋଜି ଚାଲିଛି ।
2. ଭୁବନେଶ୍ୱର ସ୍ଥିତ ପାଇକନଗର ପ୍ଲଟ୍ ନଂ 361/901 ଉପରେ ଏକ ଚାରି ମହଲା କୋଠା ,
3. ନୟାଗଡ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ନଛିପୁର ଗ୍ରାମ
୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଆଜି ଡିସେମ୍ବର 15 ରେ, ତମାଣ୍ଡୋ ପୋଲିସ ଷ୍ଟେସନର ଏସଆଇ ପୋଲିସ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଅମାପ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ୩ ଡିଏସପି, ୧୧ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ୟୁପିଡି ଭୁବନେଶ୍ୱର ସମେତ 3 ଟି ସ୍ଥାନରେ ମାନ୍ୟବର ସ୍ୱତନ୍ତ୍ର ଜଜ୍ ଙ୍କ ନିର୍ଦ୍ଦଶ କ୍ରମେ ଭିଜିଲାନ୍ସ,
ଭୁବନେଶ୍ୱର ଦ୍ଵାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟର ଆଧାର ଉପରେ ଯାଞ୍ଚ କରିଛି । ଭୁବନେଶ୍ୱର ଏବଂ ନୟାଗଡ଼ରେ ଥିବା ନିବାସ ଗୁଡ଼ିକ ଖୋଜାଖୋଜି ଚାଲିଛି । ଭୁବନେଶ୍ୱର ସ୍ଥିତ ପାଇକନଗର ପ୍ଲଟ୍ ନଂ 361/901 ଉପରେ ଏକ ଚାରି ମହଲା କୋଠା , ନୟାଗଡ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ନଛିପୁର ଗ୍ରାମର ଜନ୍ମ ସ୍ଥାନରେ ଏକ ମହଲା ବିଶିଷ୍ଟ କୋଠା ଏବଂ ତମାଣ୍ଡୋ ପୋଲିସ ଷ୍ଟେସନରେ ଏସଓ ର ଅଫିସ୍ ରୁମ୍ ଇତ୍ୟାଦି ତଦନ୍ତ ଚାଲିଛି ଏବଂ ଅଭିଯୋଗ ଅନୁସାରେ ବାସସ୍ଥାନ ଗୁଡିକ ଚଢାଉ ପରେ ଉକ୍ତ SI କୁ ଗିରଫ କରାଯିବ |
















