ଓଡିଶା ତାଜା ନ୍ୟୁଜ୍ (୦୬ ଜୁନ୍ ଶନିବାର) ନୟାଗଡ :- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ଡାକରାରେ ନୟାଗଡ ଜିଲ୍ଲା ରେ ଚାରିଆଡେ ସଟ ଡାଉନ ର ପୁରା ପ୍ରଭାବ ଦେଖିବାକୁ ମିଳିଛି । ଆଜି ର ଏହି ସଟ ଡାଉନ ର ପ୍ରଭାବ ଗତ କାଲି ରାତିରୁ ଏଠାରେ ଦେଖିବାକୁ ମିଳିଛି । ସମଗ୍ର ସହରରେ ପୋଲିସ ପଇଁତରା ମାରୁ ଥିବା ଦେଖିବାକୁ ମିଳୁଛ । ସାଧାରଣ ଜନତା ମଧ୍ୟ ସରକାରଙ୍କ ଏହି ନିର୍ଦେଶକୁ ମାନିଥିବା ଦେଖିବାକୁ ମିଳୁଛି ।
ଦେଖିଲେ ଲାଗୁଛି ସତେ ଯେମିତି ନୟାଗଡରେ ନୀରବତା ରାଜୁତି କରୁଛି । ନୟାଗଡ ତ୍ରିନାଥଛକ ଓଡଗାଁ ଛକ, ଦକ୍ଷିଣକାଳୀ ଛକ, ସ୍ୱଂୟ ଶାସିତ ମହାବିଦ୍ୟାଳୟ ଛକ , ମୁଖ୍ୟ ଛକ, ଖଣ୍ଡପଡାରୋଡ଼, ମେଡିକାଲ ଛକ, ପୁରୁଣା ଜେଲ ଛକ, ଉପର ବଜାର, ସହର ଉପକଣ୍ଠ ଗ୍ରାମ ସିନ୍ଦୁରିଆ, ଲେଙ୍କୁଡିପଡା, କଇଁଥିଗାଡ଼ିଆ ଗ୍ରାମରେ ମଧ୍ୟ ଚାରିଆଡେ ଶୂନଶାନ ଦେଖିବାକୁ ମିଳିଛ ।
ଏହି ସଟଡାଉନକୁ ସଫଳ କରିବା ପାଇଁ ଏଠାକାର ପୁଲିସ ଅକ୍ଲାନ୍ତ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଚାରିଆଡେ ଖାଁ ଖାଁ ଲାଗୁଛି । ଆସନ୍ତା ରବିବାର ମଧ୍ୟ ଏହି ପରିସ୍ଥିତି ରହିବ । ତେବେ ଜୁନ ମାସର ପ୍ରତ୍ୟେକ ଶନିବାର ରବିବାର ଏହିପରି ନୟାଗଡ ବାସୀଙ୍କ ସହଯୋଗ ରହିଲେ ନୟାଗଡ ଜିଲ୍ଲାରୁ କରୋନା ହଟିବା ନିଶ୍ଚିତ ବୋଲି ନୟାଗଡ ଟାଉନ ଥାନା ମୁଖ୍ୟ ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com