ବ୍ୟାସ ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ

୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ପାରାଦୀପ :- ବ୍ୟାସ ଫାଉଣ୍ଡେସନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ଗୀତା ଗ୍ୟାନଜ ପାରାଦୀପ ମଧୁବନ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନ ର ସଭାପତି ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।ଅତିଥି ଭାବେ ଡକ୍ଟର ଶିବାନନ୍ଦ ସରସ୍ଵତୀ,ସ୍ମୃତି ସାଗର ମହାରାଜ,ପାରାଦୀପ ପୌରଧକ୍ଷ ବସନ୍ତ ବିଶ୍ଵାଳ,ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ,ଅନ୍ତର୍ଯ୍ୟାମୀ ପଟ୍ଟନାୟକ,ବ୍ରହ୍ମଚାରୀ ପ୍ରମୋଦ କର,ଦେବେନ୍ଦ୍ର ରାଉତ ପ୍ରମୁଖ ଙ୍କ ସୁବକ୍ତଵ୍ୟରେ ସର୍ବକାଳୀନ ଗୀତା ର ପ୍ରାସଙ୍ଗିକତ୍ତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକର୍ମରେ ବହୁ ପ୍ରତିଭା ମାନଙ୍କୁ ବ୍ୟାସ ପୁତ୍ର,ଆଦର୍ଶ ଦମ୍ପତି,ବ୍ୟାସ ପ୍ରତିଭା ଓ ବ୍ୟାସ ସେବାରେ ସମ୍ମାନିତ କରାଯାଇଥିଲା ।