୨୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର/ଶିଖରପୁର :-> ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁରଠାରେ ଆଜି ବିଜୁ ଜନତା ଦଳର ବିଶାଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ବିଜେଡି ଜିଲ୍ଲା ସହ ପରଂବେକ୍ଷକ ଇରାନୀ ରାୟ, ଦେବାଶିଷ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ ।
ଏହି ସମାବେଶରେ ଉପସ୍ଥିତ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଉପସ୍ଥାପନ କରି ଯୋଡ଼ି ଶଙ୍ଖରେ ମୋହର ମାରି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସାରା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଅନେକ ଯୋଜନା ଓ ପରିକଳ୍ପନା କରି ଆସୁଥିବା କହିଥିଲେ । ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ସହ ୫ଟି ନବୀନ ଗ୍ୟାରେଣ୍ଟି ଏବେ ଓଡ଼ିଶାକୁ ରୂପାନ୍ତରିତ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ କାଯ୍ର୍ୟ କରିବ ବୋଲି କହିଥିଲେ ।
ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଜଣେ ସେବାକୁ ଗୁରୁତ୍ବ ଦେଉଥୁବା ମଣିଷ । ଡେଲାଙ୍ଗ ମାଟିରେ ଜନ୍ମ ଗ୍ରହଣ କରି ସାରା ଦେଶରେ ସୁନାମ ଅର୍ଦ୍ଧନ କରିଥିବା ଜଣେ ଭଲ ମଣିଷଙ୍କୁ ଆମେ ସାଂସଦ ଭାବେ ପାଇବାକୁ ଯାଉଛେ ବୋଲି କହିଥିଲେ । ସେହିଭଳି ଭାବେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ଜଣେ ଅମାୟିକ, ନିଷ୍କପଟ ବ୍ୟକ୍ତିତ୍ୱ ବୋଲି ଉପସ୍ଥିତ ନେତାମାନେ କହିବା ସହ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଯୋଦ୍ଧା ଭଳି – କାମ କରିବା ଆବଶ୍ୟକ ବୋଲି କର୍ମୀଙ୍କୁ ଆହ୍ବାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନେତା ସନ୍ୟାସୀ ପ୍ରଧାନ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ପଢ଼ିଆରୀ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟକ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତ କର୍ମୀ ମାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ୫ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ । ଏଥ୍ ସହିତ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧୂ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

© 2023 Odisha Taza News.