No Result
View All Result
1.. ଶିଖରପୁର ବିଜେଡ଼ି ସମାବେଶ ଷ୍ଟେଜ୍ ରେ କାଳୁଙ୍କ ସହିତ ପ୍ରଭାତଙ୍କର ତୁତୁ ମେଁ ମେଁ ; ବିଜେଡ଼ି ବୈଠକରେ ପ୍ରଭାତଙ୍କୁ କାହିଁକି ଦିଆଗଲା ନାହିଁ ସମ୍ୱର୍ଦ୍ଧନା…?
2.. ଜିଲ୍ଲାପରିଷଦ ଦେବାଶିଷ ପଟ୍ଟନାୟକଙ୍କ ଅଙ୍ଗୁଳି ନିର୍ଦ୍ଦେଶ ରେ ସତ୍ୟ ନାରାୟଣ ହେଉଛନ୍ତି ଉଠ ବସ୍ … ଏବେ ଯାହା କହୁଛନ୍ତି କାଳୁ ତାହା କରୁଛନ୍ତି ବାଦଲ . ଯଦି ରଣପୁର ରାଜନୀତି ଏବେଠୁଁ ଏମିତି , ଆଉ ଆଗକୁ ହେବ କେମିତି ଦେଖିବାକୁ ବାକି ରହିଲା ।
3.. ଶିଖରପୁରରେ ବଡଧରଣର ମିଶ୍ରଣ ପର୍ବ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ନେତୃତ୍ୱ ରେ ଅବ୍ୟବସ୍ଥିତ ହୋଇ ରହିଗଲା ; ବିଧାୟକଙ୍କ ର ଉଠିଲାନି ନାମଗନ୍ଧ , କର୍ମୀ ହେଲେ ଅସନ୍ତୋଷ ..
4.. ବିଜେଡ଼ି ଦଳର ମିଶ୍ରଣ ପର୍ବରେ ଦେବାଶିଷ ପଟ୍ଟନାୟକ ଗଣମାଧ୍ୟମଙ୍କୁ କଲେ ଅଣଦେଖା ଏବଂ ସହମତି ପ୍ରଦାନ କଲେ ବିଧାୟକ । ଯଦି ରଣପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପୁର୍ବରୁ ବିଜେଡ଼ିର ଏଭଳି କାଣ୍ଡ କାରନାମା … ଆଗକୁ କର୍ମୀ ହେବେ ହନ୍ତସନ୍ତ
5.. ଭୋଟ ହରେଇବା ନାଁରେ ଭୋଟରଙ୍କୁ ବିଜେଡିର ମିଛ ପ୍ରତିଶୃତି ୨୦୦ଟଙ୍କା ଓ ଖାଦ୍ୟର ପ୍ରଲୋଭନ ଦେଖାଇ ମହିଳା ଗୃପର ସଦସ୍ୟ ମାନଙ୍କୁ ଟାଣିନେଇଥିବା ବେଳେ ମହିଳା ଏବଂ କର୍ମୀ ଖାଲି ହାତ ଓ ଖାଲି ପେଟରେ ଫେରି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି |୨୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର/ଶିଖରପୁର :-> ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁରଠାରେ ଆଜି ବିଜୁ ଜନତା ଦଳର ବିଶାଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ବିଜେଡି ଜିଲ୍ଲା ସହ ପରଂବେକ୍ଷକ ଇରାନୀ ରାୟ, ଦେବାଶିଷ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ ।ଏହି ସମାବେଶରେ ଉପସ୍ଥିତ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଉପସ୍ଥାପନ କରି ଯୋଡ଼ି ଶଙ୍ଖରେ ମୋହର ମାରି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସାରା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଅନେକ ଯୋଜନା ଓ ପରିକଳ୍ପନା କରି ଆସୁଥିବା କହିଥିଲେ । ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ସହ ୫ଟି ନବୀନ ଗ୍ୟାରେଣ୍ଟି ଏବେ ଓଡ଼ିଶାକୁ ରୂପାନ୍ତରିତ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ କାଯ୍ର୍ୟ କରିବ ବୋଲି କହିଥିଲେ ।ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଜଣେ ସେବାକୁ ଗୁରୁତ୍ବ ଦେଉଥୁବା ମଣିଷ । ଡେଲାଙ୍ଗ ମାଟିରେ ଜନ୍ମ ଗ୍ରହଣ କରି ସାରା ଦେଶରେ ସୁନାମ ଅର୍ଦ୍ଧନ କରିଥିବା ଜଣେ ଭଲ ମଣିଷଙ୍କୁ ଆମେ ସାଂସଦ ଭାବେ ପାଇବାକୁ ଯାଉଛେ ବୋଲି କହିଥିଲେ । ସେହିଭଳି ଭାବେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ଜଣେ ଅମାୟିକ, ନିଷ୍କପଟ ବ୍ୟକ୍ତିତ୍ୱ ବୋଲି ଉପସ୍ଥିତ ନେତାମାନେ କହିବା ସହ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତେ ଯୋଦ୍ଧା ଭଳି – କାମ କରିବା ଆବଶ୍ୟକ ବୋଲି କର୍ମୀଙ୍କୁ ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନେତା ସନ୍ୟାସୀ ପ୍ରଧାନ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ପଢ଼ିଆରୀ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟକ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତ କର୍ମୀ ମାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ୫ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ । ଏଥ୍ ସହିତ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧୂ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଶିଖରପୁର ବିଜେଡ଼ି ସମାବେଶ ଷ୍ଟେଜ୍ ରେ କାଳୁଙ୍କ ସହିତ ପ୍ରଭାତଙ୍କର ତୁତୁ ମେଁ ମେଁ ; ବିଜେଡ଼ି ବୈଠକରେ ପ୍ରଭାତଙ୍କୁ କାହିଁକି ଦିଆଗଲା ନାହିଁ ସମ୍ୱର୍ଦ୍ଧନା…?
No Result
View All Result