ବିଡିଓ ଲାବଲେନ୍ଦୁ ମହାନ୍ତି, ବ୍ଲକ ଅଧ୍ୟକ୍ଷା ମାଳତି ପ୍ରଧାନ ,ଉପାଧ୍ୟକ୍ଷ ନିହିମିୟା ରଇତଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣିରେ ପୁଟୁପଡା, ଟାଙ୍ଗିଲି, ବେତାରସିଂ ଓ ଆତରସିଂ ପଞ୍ଚାୟତକୁ ନେଇ ଅନୁଷ୍ଟିତ ହୋଇଥିଲା ।
ଏଥିରେ ଏହି ୪ଟି ପଞ୍ଚାୟତରୁ ମୋଟ ୭୬ଟି ଅଭିଯୋଗ ମଧ୍ୟରୁ ୬୩ଟି ଗୋଷ୍ଠୀଗତ ଅଭିଯୋଗ ଥିବା ବେଳେ ବ୍ୟକ୍ତିଗତ ୧୩ଟି ଅଭିଯୋଗ ଥିଲା । ଆଜି ଅଭିଯୋଗ ଶୁଣାଣିରେ ଗ୍ରାମ ସମସ୍ୟାରେ ମୁଖ୍ୟତଃ ମୋବାଇଲି ନେଟ୍ଓ୍ବାର୍କ,ରୋଗିଙ୍କୁ ଚିକିତ୍ସା ସହାୟତା ଓ ପାନୀୟଜଳ ସମସ୍ୟା ନେଇ ଅଭିଯୋଗ ଥିବା ବେଳେ ବ୍ୟକ୍ତିଗତ କଳାକାରଙ୍କୁ ଭତ୍ତା, କୃତ୍ତିମ ଅଙ୍ଗ , ଇନ୍ଦିରା ଆବାସ ଗୃହ ଓ ରାସ୍ତା ନିର୍ମାଣ ଅଭିଯୋଗ ଆସିଥିଲା ।
ଆସିଥିବା ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ଜୀଲ୍ଲାପାଳ ଅଧିକିରୀଙ୍କୁ ନିର୍ଦେଶ ଦେଇଥିଲେ । ସେଠାରେ ହୋଥିବା ସାସ୍କୃତିକ କାର୍ଯ୍ୟକ୍ରର୍ମରେ ଯୋଗ ଦେବା ସହ ବିଭିନ୍ନ ଷ୍ଟଲ ଗୁଡିକୁ ବୁଲି ଦେଇଥିଲେ ।

© 2023 Odisha Taza News.