୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା :- ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୨ ସୋମବାର ଅନ୍ତିମ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର, ଓ ଖାଦ୍ୟ ଦୋକାନଓଡିଶା ସରକାର ଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ସହାଭାଗିତା ରେ ଗୁଡିକରେ ଲୋକଙ୍କ ଭିଡ଼ ଜମିଥିଲା ।
ରାଜ ସୁନାଖଳା ମହୋତ୍ସବ କମିଟି ଅଧକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ,ମୁଖ୍ୟ ନୟାଗଡ଼ ଆରକ୍ଷୀ ନିରୀକ୍ଷିକ ଅଲେଖ ଚନ୍ଦ୍ର ପହୀ ବକ୍ତାଭାବେ ଆଇନଜୀବୀ ରଞ୍ଜିତ ଦାଶ, ସମ୍ମାନୀତ ଶିଶିର କୁମାର ସାହୁ ,ମଦନ ମୋହନ ସାହୁ, ଲିଙ୍ଗରାଜ ନାୟକ, ଭଏସ ଆର୍ଟିଷ୍ଟ ସୌଭାଗିନୀ ସାହୁ, ରବି ନାରାୟଣ ମହାପାତ୍ର,
ପୂର୍ବତନ ବିଧାୟକ ରଣପୁର ଡ଼.ବୈଦ୍ୟଭୂଷଣ ନନ୍ଦ, ଜିଲ୍ଲାପରିଷଦ ଅଧକ୍ଷ ନୟାଗଡ, ଇରା ମହାନ୍ତି ମଞ୍ଚରେ ସୁନ୍ଦର ସଙ୍ଗୀତ ଗାନ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ପରିଶେଷରେ ମହୋତ୍ସବ କମିଟିର ସମ୍ପାଦକ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ମରଣୀକା କାଉଁରୀ ଉନ୍ମୋଚିତ ହୋଇଥିଲା ।
ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅଂଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର , ଉତ୍ତରୀୟ ଓ ଫୁଲ ଗୁଚ୍ଛଦେଇ ସମ୍ମାନୀତ କରାଯାଇଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣକୁ ଦର୍ଶକ ମାନେ ଉପଭୋଗ କରିଥିଲେ । ପରେ ପରେ ଶେଷ ଦିବସକୁ ସ୍ମରଣୀୟ କରିବା ପାଇଁ ଅତସବାଜି ପଦର୍ଶନ ହୋଇଥିଲା ।
1- ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପହୀ, sp ନୟାଗଡ଼, ମୁଖ୍ୟ ଅତିଥି

© 2023 Odisha Taza News.