୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ/ଅଭିଭାବିକା ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତିତ୍ୱ ଗ୍ରହଣ କରି ବୈଠକର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l କରୋନା ସମୟରେ ହୋଇଥିବା ଶିକ୍ଷାଦାନର ବାଧାପ୍ରାପ୍ତକୁ ପୂରଣ କରିବା ପାଇଁ ସରକାର ଯେଉଁ FLN ଏବଂ LRP ଦୁଇଟି କାର୍ଯ୍ୟକ୍ରମ ଚଳାଇଥିଲେ ସେସବୁର ବିଶେଷ ଭାବରେ ଆଲୋଚନା କରାଯାଇଥିଲା l ଆଉ ମଧ୍ୟ ବିଦ୍ୟାଳୟର ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରାଯାଇ ସମସ୍ତଙ୍କ ଦୃଷ୍ଟିଗୋଚର କରାଯାଇଥିଲା l ଉକ୍ତ ବୈଠକରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସାଧୁ ଚରଣ ଦଣ୍ଡସେନା, ଶିକ୍ଷାବିତ ଆଦିକନ୍ଦ ବଣୁଆରାୟୀ ଉପସ୍ଥିତ ରହିଥିଲା ବେଳେ 85 ଜଣ ଅଭିଭାବକ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରାଇଥିଲେ l ବିଦ୍ୟାଳୟର ଶିକ୍ଷକ ଯଥା କିଶୋର ଚନ୍ଦ୍ର ଦଣ୍ଡସେନା, ନୀଳକଣ୍ଠ ନାୟକ, ପ୍ରହ୍ଲାଦ ଶିଅଳ,ଦିଗାମ୍ବର ଦାସ, ସଞ୍ଜୟ ଗୌଡ଼, ସନ୍ତୋଷ ନାଇକ,ତାରିଣୀ ଚରଣ ମଣ୍ଡଳ, ଅସୀତ କୁମାର ସାହୁ, କେଦାର ନାଥ କର, ସୁଶାନ୍ତ ସାହୁ,ପ୍ରଶାନ୍ତ ବେହେରାଏବଂ ଶିକ୍ଷୟତ୍ରୀ ଯଥା ସୁଷମା ବଣୁଆରାୟୀ, ମମତା ବେହେର୍ଦଳାଇ, ପ୍ରଜ୍ଞାଦୀପ୍ତା ପାଇକ, ରବିନା ଦାସ, ସୁନିତା କୁମାରୀ ଦଳାଇ, ସଙ୍ଗୀତା କୁମାରୀ ସାହୁ ଆଦି ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ l