No Result
View All Result
୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାଇକ ଙ୍କ ନିର୍ଦେଶ କ୍ରମେ ଅଭିଭାବକ ଓ ଶିକ୍ଷକ /ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି 1 ଏହି ବୈଠକ ରେ 5T ହାଇସ୍କୁଲ ର ରୂପାନ୍ତରଣ ର ଭିଭିନ୍ନ ଉପାଦାନ,ଛାତ୍ର /ଛାତ୍ରୀ ମାନଙ୍କ ଶିକ୍ଷାର ଅଗ୍ରଗତି,ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ,ମୌଳିକ ସାକ୍ଷ ରତା ଓ ସଂଖ୍ୟା ଜ୍ଞାନ ଭଳି ଚାଲିଥିବା କାର୍ଯ୍ୟକ୍ରମ ଗୁଡିକ ର ସଫଳତା ଓ ଛାତ୍ର /ଛାତ୍ରୀ ମାନଙ୍କ ସମ୍ପୃକ୍ତି ବିଷୟରେ
ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଅଭିଭାବକ ମାନଙ୍କୁ ସୂଚନା ଦେଇଥିଲେ 1 ଏହି ବୈଠକ ରେ 300ରୁ ଉର୍ଦ୍ଧ ଅଭିଭାବକ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସି. ଆର. ସିସି ଅଲିଆ ସାୟା, ବିଦ୍ୟାଳୟ ର ସଭାପତି ଏନ. ପାଣି ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଭବାନୀ ପ୍ରସାଦ ରଥ, ଉମା କାନ୍ତ ସାହୁ, ଦେବ ଲୋହରା, ହର୍ଷ ଲୋହରା, ଆର. ବାଳକୃଷ୍ଣ, ଶ୍ରଦ୍ଧାଞ୍ଜଳି ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ 

No Result
View All Result