୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ଓଡିଶା ଦକ୍ଷତା ବିକାଶ ପ୍ରାଧି କରଣ ତଥା ଜିଲ୍ଲା ପ୍ରଶାସନ, ମାଲକାନଗିରିଙ୍କ ମିଳିତ ଆନୁକୂଲ୍ୟରେ ତା.୧୦.୧୨.୨୦୨୨ ଦିନ ନିଯୁକ୍ତି ମେଳା ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ସମାରୀ ଟାଙ୍ଗୁଲୁ , ଅଧକ୍ଷା ଜିଲ୍ଲା ପରିଷଦ ମାଲକାନଗିରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ନିଯୁକ୍ତି ମେଳା ଜରିଆରେ ଜିଲ୍ଲାର ବହୁ ଶିକ୍ଷିତ ବେକାରୀ ଯୁବକ / ଯୁବତୀ ନିଜ ପସନ୍ଦର ବେସରକାରୀ କମ୍ପାନୀରେ ଚାକିରୀ କରିପାରିବେ ।
ମାଲକାନଗିରି ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦଘାଟନି ସଭାରେ ସମ୍ମାନିତ ଅତିଥ୍ ଭାବେ ତ୍ରିନାଥ ମାଝୀ ପ୍ରକଳ୍ପ ନିର୍ଦେଶକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଅଶୋକ ଷଡ଼ଙ୍ଗୀ ଅଧ୍ୟକ୍ଷ, ମାଲକାନଗିରି ମହାବିଦ୍ୟାଳୟ, ନମିତା ଦଣ୍ଡସେନା ବରିଷ୍ଠ ଅଧ୍ୟାପିକା ଯୋଗ ଦେଇ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ ନିଯୁକ୍ତି ଦାତା / ସଂସ୍ଥା ମାନେ ଯୋଗଦେବେ ।
କେତେକ କମ୍ପାନୀରେ ସିଧାସଳଖ ନିଯୁକ୍ତିର ବ୍ୟବସ୍ଥା ଥିବା ବେଳେ କେତେକ କମ୍ପାନୀ ସ୍ୱଳ୍ପ ତାଲିମ ପରେ ନିଯୁକ୍ତି ପ୍ରଦାନ ପାଇଁ ଅଙ୍ଗିକାରବଦ୍ଧ । ୧୨ ଜଣ ନିଯୁକ୍ତି ଦାତା ଓ ୯ ଜଣ ପ୍ରକଳ୍ପ ରୂପାୟନ ସଂସ୍ଥା ଯୋଗ ଦେଇଥିଲେ । ଜିଲ୍ଲାରେ ବିଭିନ୍ନ ଅଂଚଳରୁ ୬୪୦ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ । ପ୍ରଶିକ୍ଷଣ ନିମନ୍ତେ ୭୭ ଜଣ ଯୁବକ ଯୁବତୀ ମନୋନୀତ ହୋଇଛନ୍ତି ଓ ୨୫୬ ଜଣ ଯୁବକ ଯୁବତୀ ଚାକିରୀ ପାଇଁ ମନୋନୀତ ହୋଇଛନ୍ତି ।














