୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳି ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦ୍ଵିତୀୟ ଦିବସ ପାଳିତ ହୋଇଯାଇଛି।ତ୍ରିନାଥ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଘଟିଛି ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ହୋଇପାରିଛି ବୋଲି କହିଥିଲେ ।ତତ୍ ସହିତ ପୁରାତନ ଅନୁଷ୍ଠାନ କୁ ବଜାୟ ରଖିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର,ସାହିତ୍ୟିକ ଗୋଦାବରୀଶ ମିଶ୍ର ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ପାଳନ ର ମହତ୍ତ୍ଵ ବର୍ଣ୍ଣନା କରିବା ସହ ଚାହାଳି ଉଚ୍ଚ ବିଦ୍ୟାଳୟ କେବଳ ଜିଲ୍ଲା ନୁହେଁ ରାଜ୍ୟରେ ସ୍ୱତନ୍ତ୍ରତା ବଜାୟ ରଖିଛି ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରଧାନି ବୃନ୍ଦାବନ ଯୋଗଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ କୃଷ୍ଣଚନ୍ଦ୍ର ଶତପଥୀ ଏବଂ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନ ପ୍ରକାଶ ବାରିକ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ପୁରସ୍କୃତ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।