ଓଡିଶା ତାଜା ନ୍ୟୁଜ୍ (୦୫ ଜୁନ୍ ଶୁକ୍ରବାର ) ଭୁବନେଶ୍ଵର :- ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ୫୦ଲକ୍ଷ ଟଙ୍କା ଦେଲେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚି ଏବଂ ତାଙ୍କ ପତ୍ନୀ ରାଜ୍ୟ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ତଥା ବିଶିଷ୍ଟ ଗାଳ୍ପିକା ସୁସ୍ମିତା ବାଗଚି ।
ଓଡିଶାରେ କୋଭିଡ-୧୯ ବିପର୍ଯ୍ୟୟ କାଳରେ CMRFକୁ ଓଡିଶାର କେହି ଏତେ ପରିମାଣର ଅର୍ଥରାଶି ଦାନ କରିବା ବିରଳ । ବାଗଚି ଦଂପତ୍ତିଙ୍କର ଏ ଦାନଶୀଳତାର ପ୍ରକୃତରେ ପଟ୍ଟାନ୍ତର ନାହିଁ । ସେମାନେ ଆଜି ଏହି ଅର୍ଥରାଶିର ଚେକ୍ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com