
୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଏଜ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ।ଏହି ଅଞ୍ଚଳରେ ବହୁ ଗରିବ ଖଟିଖିଆ ବହୁ ଦୟନୀୟ ଅବସ୍ଥାରେ ରହିବା ଦେଖି ମୋହନା ସାମ୍ବାଦିକ ସଙ୍ଘ ଏକ ପଦକ୍ଷେପ ନେଇ ବଦାନ୍ୟ ବ୍ୟକ୍ତିଙ୍କୁ ହାତପାତି ସାହାଯ୍ୟ ଆଣି ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରିଛି।ଏହି କାର୍ଯ୍ୟକୁ ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ସ୍ୱାଦ ର ନିର୍ଦେଶକ ଫା. ବିମଳ କୁମାର ନାୟକ,
ସକାଳ ସ୍ବେଛାସେବୀ ସଂସ୍ଥା, ସହ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଙ୍କ ସମେତ ବହୁ ଅନୁଷ୍ଠାନ ସାହାଯ୍ୟ ପ୍ରଦାନ କରିଥିବାରୁ ସମ୍ବାଦିକ ସଙ୍ଘ ସେମାନଙ୍କର ଉତୋରତର କାମନା କରିଛି । ଏହି ଉତ୍ସବରେ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ତପସ୍ୱିନୀ ହଂସଦା ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ।
ତତ ସଙ୍ଗେ ସଙ୍ଗେ ବ୍ଲକର ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ, ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ବିଧାନ ଚୌଧୁରୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା, ଦଣ୍ଡାସି ସାହୁ, ରବି ରତନ, ବିକ୍ରମଦିତ୍ୟ ସାମଲ ବାଳକୃଷ୍ଟ ମଳିକ,
ସୁନିତା ମଳିକ, ଓକିଲ ସଂଘ, ଶିକ୍ଷକ ସଂଘ, ପ୍ରମୁଖ ଉପସ୍ଥିତ ରହି ଶତାଧିକ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ ଶୀତବସ୍ତ୍ର ସ୍ୱରୂପ କମ୍ବଳ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ମୋହନା ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ 

© 2023 Odisha Taza News.