୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆନିକଟ ନିଳକଣ୍ଠ ପୁର ଗ୍ରାମ ଠାରେ ଅବସ୍ଥିତ ତଥା ବିଗତ ୦୭ ଡିସେମ୍ବର ୨୦୧୫ ସାଲରେ ପ୍ରତିଷ୍ଠା ହୋଇଥିବା ଗିଫ୍ଟ ମଡେଲ ସ୍ଖୁଲର ସପ୍ତମ ମହିଳା ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତିବର୍ଷ ଏହି ଦିନଟିକୁ ବିଦ୍ୟାଳୟରେ ଡାଇରେକ୍ଟର ରେଭ୍ ଆମୋଦ୍ କୁମାର ବର୍ଦ୍ଧନ ତତ୍ତ୍ବାବଧାନ ଓ ରେଭ୍ ଶାନ୍ତ ମୂର୍ତ୍ତୀ ବର୍ଦ୍ଧନଙ୍କ ପରିଚାଳନାରେ ପରିଚାଳିତ ଏହି ବିଦ୍ୟାଳୟରେ ଗରିବ,ନିରିହ,ଆଦିବାସୀ ଓ ପଛୁଆ ବର୍ଗର ମାତୃ ପିତୃ ହରା ପୁଅ ଓ ଝିଅ ମାନଙ୍କୁ , ଯେଉଁ ମାନେ କି ଆର୍ଥିକ ସମସ୍ୟା ଯୋଗୁଁ ପାଠ ପଢି ପାରୁନାହାନ୍ତି ଫସେମାନଙ୍କୁ ଚିହ୍ନଟ କରି ଆଣି ଏହି ଗିଫ୍ଟ ମଡେ଼ଲ ସ୍କୁଲ ଛାତ୍ରାବାସରେ ରଖି ସେମାନଙ୍କୁ ବିନାମୂଲ୍ୟରେ ଖାଦ୍ୟ-ପେୟ ସହ ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିଥାନ୍ତି ଏବଂ ସମସ୍ତ କଲେଜର ପାଠପଢ଼ା ବ୍ୟବସ୍ଥା କରିଥାଏ ଏହି ଅନୁଷ୍ଠାନ ।
ପିଲାମାନେ ମଧ୍ୟ ନିଜ ଘର ପରି ସ୍ନେହ ପାଇ ଏଠାରେ ଖୁସି ରେ ରହିଥାନ୍ତି । ସେମାନଙ୍କୁ ଖୁସି କରିବା ପାଇଁ , ଅନେକ ସମୟରେ ବିଭିନ୍ନ ମନୋରନଞ୍ଜନ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥାଏ ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ସୁପରିଚିତ ରବି ଡାକ୍ତର ଓ ନୂତନ ଭାବେ ଓଜେଏସ: ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏଇ ଗଜପତି ଜିଲ୍ଲା , ନୂଆଗଡ ବ୍ଲକ ଅନ୍ତର୍ଗତ ଗୋଲି ଗ୍ରାମ ର ଶ୍ରୀ ସାଧକ୍ କାର୍ଯ୍ୟ ଓ ନିଳକଣ୍ଠ ପୁର ପଞ୍ଚାୟତର ସରପଞ୍ଚ ଶ୍ରୀ ମନୋଜ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ , ସାଧକ କାର୍ୟ୍ୟଙ୍କର ଆଦିବାସୀ ଗୀତରେ କଣ୍ଠଦାନ ସହ ଛାତ୍ର ଓ ଛାତ୍ରୀଙ୍କ ସହ ନୃତ୍ୟ ପରିବେଷଣ କରିବା ,
ଏହି କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ଏଥି ସହ ଅନେକ ଆଧୁନିକ ଓ ଭଜନରେ କଣ୍ଠଦାନ କରି ଶ୍ରୋତା ଓ ଦର୍ଶକଙ୍କ ମନମୋହିତ କରୁଥିବା କଣ୍ଠଶିଳ୍ପୀ କୁମାର ଗିନୁ , କଣ୍ଠଶିଳ୍ପୀ କବିର ସିଂ, ସଙ୍ଗୀତ ଗାନ କରି ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ହେଉଛି ଅନ୍ୟତମ । ଏଥିସହ ଆଦିବାସୀ ଓ ଅନେକ ଆଧୁନିକ ଗୀତ ଗୁଡ଼ିକରେ ଅନୁଷ୍ଠାନର ଛାତ୍ର ଓ ଛାତ୍ରୀ ଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ପରିବେଷଣ କରା ଯାଇଥିଲା।ଶେଷରେ ସ୍କୁଲର ପ୍ରତିଷ୍ଠାତା ରେଭ୍ ଆମୋଦ କୁମାର ବର୍ଦ୍ଧନ କହିଥିଲେ ଯେ , ଗରିବ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷାଦେବା ଏବଂ ବିଶ୍ବ-ନେତୃତ୍ବ ଗଠନ କରିବା ହେଉଛି ଗିଫ୍ଟ ମଡେ଼ଲ ସ୍କୁଲର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକାର ପ୍ରଚେଷ୍ଠାକୁ ଯୋଗଦେଇଥିବା ଅବିଭାବକ ଓ ଅନେକ ବୁଦ୍ଧିଜିବୀ ମହଲରେ ଖୁବ ପ୍ରଶଂସା କରାଯାଇଛି ।