୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କାଳିମେଳା :- ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ଅନ୍ତର୍ଗତ ପାନିମେଟଲା ଗ୍ରାମର ବିଜୁ ଜନତା ଦଳର ସକ୍ରୀୟ କର୍ମୀ ପଦ୍ମା ମାଡକାମିଙ୍କର ଆଜି ମୁତ୍ୟୁ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ।
ତାଙ୍କର ମୁତ୍ୟୁର ଖବର ପାଇଁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ପଦ୍ମାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ କାଳିମେଳା ଜୋନ୍ ସଭାପତି ସୁବ୍ରତ ଶିଲ, ଗଙ୍ଗାଧର ମାଡ଼ି ଓ ଅଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।














