ସୁନାଖଳା ମହୋତ୍ସବ କରେଇ ନଦେବା ପାଇଁ ପ୍ରୟାସ କରୁଥିବା ବିରୋଧୀ ଗୋଷ୍ଠୀ ହାର ମାନିଲେ ଓ ଜିତିଲେ ଯୁବ ଗୋଷ୍ଠୀ । ସୁନାଖଳାରେ ଯୁବ ଗୋଷ୍ଠୀ ଏବେ ଦେଖେଇ ଦେବେ ମହୋତ୍ସବ କେମିତି ହୁଏ ।
୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା :- ଆଜି ଠାରୁ ଧୁମଧାମରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୨ । ଏ ନେଇ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ଏବଂ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ । ତେବେ ସେମାନଙ୍କ କହିବା ଅନୁଯାୟୀ ରାଜସୁନାଖଳା ମହୋତ୍ସବକୁ ବନ୍ଦ କରିବା ନେଇ ରାଜସୁନାଖଳାର ଶଚିକାନ୍ତ ଷଡ଼ଙ୍ଗୀ ଏବଂ ସତ୍ୟନାରାୟଣ ମହାପାତ୍ର ଙ୍କ ପକ୍ଷରୁ ହାଇକୋର୍ଟରେ କରା ଯାଇଥିବା ଆବେଦନ ଖାରଜ ହୋଇଯିବାପରେ ନୟାଗଡ଼ ଜିଲ୍ଲାପାଳ ଉଭୟ ପକ୍ଷଙ୍କୁ ନିଜ କାର୍ଯ୍ୟାଳୟ କୁ ଡକାଇ ମାମଲାର ଶୁଣାଣି କରି ମହୋତ୍ସବ ହେବା ସପକ୍ଷରେ ରାୟ ପ୍ରଦାନ କରିବାପରେ ରାଜସୁନାଖଳା ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ମାନ୍ୟବର ଉପଜିଲ୍ଲାପାଳଙ୍କ ଏହି ରାୟ ଶୁଣିବା ପରେ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଏବଂ ମହୋତ୍ସବ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ମହୋତ୍ସବ ପଡିଆକୁ ଆସିଥିଲା । ଆଜି ମଧ୍ୟାହ୍ନରେ ରାଜସୁନାଖଳା ର ଅଧିଷ୍ଠାତ୍ରୀ ଦେବୀ ମାଆ କାଉଁରୀଙ୍କ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବ ଆଜି ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ଅତିଥି ଆମନ୍ତ୍ରିତ ହୋଇଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ସୂଚନା ମିଳିଛି ।
ତେବେ ବିଗତ ଦିନରେ ମହାମାରୀ କୋରନା କାରଣରୁ ସମଗ୍ର ରାଜ୍ୟରେ ଉତ୍ସବ ମହୋତ୍ସବ ବନ୍ଦ ଥିବାବେଳେ ରାଜସୁନାଖଳା ମହୋତ୍ସବ କମିଟି ଡିଜିଟାଲ ମହୋତ୍ସବ କରି ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା । ଏବେ ମହୋତ୍ସବ ବନ୍ଦ ହେବା ନେଇ ଚାଲିଥିବା ଉଦ୍ୟମ ଭଣ୍ଡୁର ହେବା ପରେ ଧର୍ମର ଜୟ ହୋଇଛି ପାପର କ୍ଷୟ ହୋଇଛି ବୋଲି ଅଞ୍ଚଳବାସୀ କୁହାକୁହି ହେଉଛନ୍ତି । ଏହି ମହୋତ୍ସବ ଆଜିଠାରୁ ଡିସେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯିବା ସହିତ ଏହାର ଭରପୁର ମଜା ନେବାକୁ ଅନୁରୋଧ କରାଯାଇଛି ।














