ରାଜ୍ୟ ସରକାର ତୁରନ୍ତ ଶ୍ରମିକ ପଂଜିକରଣ କାର୍ଯ୍ୟକୁ ଉଭୟ ଅନ୍ ଲାଇନ୍ ଏବଂ ଅଫ୍ ଲାଇନ୍ ସହ ଓଟିପି.ବ୍ୟବସ୍ଥା ପ୍ରତ୍ୟାହାର କରିବା,ତୁରନ୍ତ ମୃତ୍ୟୁ,ବିବାହ,ଶିଖ୍ୟା ସହାୟତା ରାଶି ପ୍ରଦାନ କରିବା,ରିନ୍ୟୁଆଲ୍ ଆପ୍ରୁଭ୍ କରିବା ଆଦି ଦାବିରେ ଆନ୍ଦୋଳନ କରିଥିଲେ | ସଭାରେ ଅଫିସର୍ ରାଜ୍ କୁ କଠୋରଭାବେ ବିରୋଧ କରାଯାଇଥିଲା |
କେବଳ ଅଫିସ୍ ରେ ବସିରହି, କାମ ନକରି ଦରମା ନେଉଥିବା କର୍ମଚାରୀମାନଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରକାଶ କରିଥିଲେ | ସିଆଇଟିୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ରଙ୍କ ସଭାପତିତ୍ବରେ ପରିଚାଳିତ ଏହି ଆନ୍ଦୋଳନରେ ବରିଷ୍ଠଶ୍ରମିକନେତା ଏସ୍ ଏମ୍.କରିମ୍.,ଡା. ବସୁଦେବ ମହାନ୍ତି, ଆଲୋକ ପ୍ରଧାନ, ଗୋପିନାଥ ଜେନା,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ପ୍ରକାଶ ଚନ୍ଦ୍ର ମହାନ୍ତି,ସଂଜୟ ସାହୁ,ସୁବାଷ ଚନ୍ଦ୍ର ସାହୁ,ମନୋଜ ନାୟକ,ଅନୁସୂୟା ସ୍ବାଇଁ ପ୍ରମୁଖ ଯୋଗଦେଇ ସରକାରଙ୍କୁ ସମାଲୋଚନା କରିଥିଲେ |

© 2023 Odisha Taza News.