୭ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି l ବୁଧବାର ସକାଳେ ବିଦ୍ୟାଳୟ ଛାତ୍ରଛାତ୍ରୀ ଘୋଷବlଦ୍ୟ ସହ ସ୍ଥାନୀୟ ଠାକୁରାଣୀ ମନ୍ଦିରରୁ ମଶାଲ ନେଇ ସ୍କୁଲ ରେ ପହଞ୍ଚିଥିଲେ l ଏହାପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢୀଙ୍କ ସଂଯୋଜନାରେ ଉଦଘାଟନୀ କାର୍ଯ୍ୟକ୍ରମ ହୋଇଥିଲା l
ମୁଖ୍ୟଅତିଥି ଭାବେ ମୋହନା ଥାନା ମହିଳା ଇନ୍ସପେକ୍ଟର ଜୋଷ୍ଣl ରାୟ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ପରିଚଳନl ସମିତି ସଭାପତି ପୁର୍ଣ୍ଣ ଚନ୍ଦ୍ର ଦଳାଇ, ଉପ ସଭାପତି ଭଗବାନ ବିଷୋୟୀ, ସଂପାଦକ ରବି କୁମାର ପାତ୍ରଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ତଥା ସାମ୍ବାଦିକ ବାବୁଲା ସେଠୀ ପ୍ରମୁଖ ଯୋଗଦେଇଥିଲେ l
ଦୁଇ ଦିନ ଧରି ହେବାକୁ ଥିବା ଏହି କ୍ରୀଡା ଉତ୍ସବରେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଦୌଡ଼, ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି l ଏହି ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ସଙ୍କୁଳ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି l କ୍ରୀଡା ପ୍ରତିଯୋଗିତାକୁ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମl ପରିଚଳନl କରିଛନ୍ତି l














