• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍‌ର ବଡ଼ ଯୋଜନା

Proprietor Abhimanyu Maharana by Proprietor Abhimanyu Maharana
December 7, 2022
in ଓଡ଼ିଶା, ଦେଶ, ବାଣିଜ୍ୟ, ମହାନଗର, ହୋମ୍
0
ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍‌ର ବଡ଼ ଯୋଜନା
Share on FacebookShare on TwitterWhatsapp

୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କେରଳ ଟୁରିଜିମ୍ ପକ୍ଷରୁ ଶୀତ ଋତୁ ପାଇଁ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପିଏ ମହମ୍ମଦ ରିୟାସ୍ କହିଛନ୍ତି, ନିକଟରେ ଶେଷ ହୋଇଥିବା ପାର୍ବଣ ଋତୁ କେରଳ ଟୁରିଜିମ୍ ପାଇଁ ସକାରାତ୍ମକ ରହିଛି କାରଣ ବହୁସଂଖ୍ୟକ ଘରୋଇ ପର୍ଯ୍ୟଟକ ରାଜ୍ୟକୁ ଭ୍ରମଣ ପାଇଁ ଆସିଥିଲେ ଏବଂ ଏହା କୋଭିଡ୍‌-ପରବର୍ତୀ ପର୍ଯ୍ୟାୟରେ ଏହାର ପର୍ଯ୍ୟଟନ ଆକର୍ଷଣକୁ ନିଶ୍ଚିତ କରିଛି ।’ ଆମେ କେରଳରେ ଶୀତକାଳନି ଛୁଟି ସମୟକୁ ଏକ ବୃହତ୍ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ଅପେକ୍ଷା କରିଛୁ ଯାହାକି ୨୦୨୨ରେ ଆବିଷ୍କାର କରିବା ପାଇଁ ଟାଇମ୍ ମାଗାଜିନ୍‌ର ବିଶ୍ୱର ୫୦ଟି ସବୁଠାରୁ ଅସାଧାରଣ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହୋଇଛି । ରାଜ୍ୟର ସ୍ୱତନ୍ତ୍ରତା ଏହାର ଏକାଧିକ ଅନୁଭୂତିଗୁଡିକରେ ଅନ୍ତର୍ନିହିତ ରହିଛି ଯେପରିକି ହାଉସ୍‌ବୋଟ୍‌, କାରାଭାନ ରହଣୀ, ଜଙ୍ଗଲ୍ ଲଜ୍‌, ପ୍ଲାଂଟେଶନ ଭିଜିଟ୍‌, ହୋମ୍‌ଷ୍ଟେ, ଆୟୁର୍ବେଦ-ଆଧାରିତ ୱେଲ୍‌ନେସ୍ ସଲ୍ୟୁଶନ ଏବଂ ଆଡ୍‌ଭେଂଚର୍ ଆକ୍ଟିଭିଟି ବ୍ୟତୀତ ବର୍ଦାନ୍ତ ପାହାଡକୁ ଟ୍ରେକିଙ୍ଗ୍ ସମେତ କଂଟ୍ରିୱାଇଡ୍ ୱକ୍ ଇତ୍ୟାଦି । ସେହିପରି ନିକଟରେ ଶେଷ ହୋଇଥିବା ଚାମ୍ପିଅନ୍‌ସ ବୋଟ୍ ଲିଗ୍ (ସିବିଏଲ୍‌) ଦେଶବ୍ୟାପୀ ହଜାର ହଜାର ପର୍ଯ୍ୟଟକ, ଟ୍ରାଭେଲ ବ୍ଲଗର୍ ଓ ଟ୍ରାଭେଲ ଫଟୋଗ୍ରାଫର୍‌ଙ୍କୁ ଆକର୍ଷିତ କରିଥିଲା । ଡିସେମ୍ବର ୨୦୨୨-ଏପ୍ରିଲ ୨୦୨୩ ମଧ୍ୟରେ ଆୟୋଜିତ ହେବାକୁ ଥିବା ବିଶ୍ୱବ୍ୟାପୀ ପ୍ରଶଂସିତ କୋଚି-ମୁଜିରିସ୍ ବିଏନାଲେ (କେଏମ୍‌ବି) ମଧ୍ୟ ଉଭୟ ଭାରତ ଓ ବିଦେଶରୁ ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆମର ବିଶା୍ୱସ ରହିଛି ।’ରାଜ୍ୟର ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ କେ ଏସ୍ ଶ୍ରୀନିବାସ କହିଛନ୍ତି, ରାଜ୍ୟର ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ମହାମାରୀ ପରବର୍ତୀ ଦୃଢତା ଫେରିପାଇଛି । ଏହା ଏଥିରୁ ସ୍ପଷ୍ଟ ହୋଇଛି ଯେ, କେରଳ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୩ଟି ତ୍ରୈମାସରେ ଘରୋଇ ପର୍ଯ୍ୟଟକଙ୍କ ଆଗମନରେ ୧୯୬%ର ବୃଦ୍ଧି ରେକର୍ଡ କରିଛି ।’କେରଳ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୯ ମାସ ମଧ୍ୟରେ ମୋଟ ୧,୩୩,୮୦,୦୦୦ ଘରୋଇ ପର୍ଯ୍ୟଟକଙ୍କ ଆଗମନକୁ ରେକର୍ଡ କରିଛି, ଯାହା ପ୍ରି-କୋଭିଡ୍ ୨୦୧୯ର ସମାନ ଅବଧି ତୁଳନାରେ ୧.୪୯% ବୃଦ୍ଧି ପଞ୍ଜୀକରଣ କରିଛି । ଶ୍ରୀନିବାସ ରାଜ୍ୟର ଗେମ୍‌-ଚେଞ୍ଜିଙ୍ଗ୍ କାରାଭାନ୍ ଟୁରିଜିମ୍ ଅଭିଯାନ ‘କେରାଭାନ୍ କେରଳ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ଖୁବ୍ କମ୍ ସମୟ ମଧ୍ୟରେ ଶିଳ୍ପରୁ ଏକ ଉଲ୍ଲେଖନୀୟ ପ୍ରତିକ୍ରିୟା ହାସଲ କରିପାରିଛି । ଶ୍ରୀନିବାସ କହିଛନ୍ତି, ପର୍ଯ୍ୟଟକମାନଙ୍କୁ ରାଜ୍ୟର ଅଣଆବିଷ୍କୃତ ସ୍ଥାନଗୁଡିକୁ ପରିଦର୍ଶନ କରିବା ପାଇଁ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସଗୁଡିକ ପ୍ରସ୍ତୁତ ରହିଛି ।’ରାଜ୍ୟର ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ପି ବି ନୁହ୍ କହିଛନ୍ତି, ‘ଆମେ ପର୍ଯ୍ୟଟକଙ୍କ ସାମଗ୍ରିକ ଅନୁଭୂତିକୁ ଉନ୍ନତ କରିବା ପାଇଁ କେରଳର ନୂଆ ପ୍ରକଳ୍ପଗୁଡିକ ସମେତ ଏହାର ମୂଳ ସମ୍ପତି ଯେପରିକି ବେଳାଭୂମି, ହିଲ୍ ଷ୍ଟେଶନ, ହାଉସ୍‌ବୋଟ୍ ଓ ବ୍ୟାକ୍‌ୱାଟର ସେଗ୍‌ମେଂଟ୍‌କୁ ପ୍ରଦର୍ଶିତ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛୁ । ଘରୋଇ ପର୍ଯ୍ୟଟକଙ୍କ ଆଗମନରେ ନିରନ୍ତର ବୃଦ୍ଧି ‘କାରାଭାନ କେରଳା’ ଭଳି ଆମର ନୂତନ ଉତ୍ପାଦଗୁଡିକର ପ୍ରଦର୍ଶନ ଦ୍ୱାରା ସମ୍ଭବ ହୋଇପାରିଛି । ବିଭିନ୍ନ ମିଡିଆ ଯେପରିକି ପ୍ରିଂଟ୍‌, ଟିଭି, ରେଡିଓ ଓ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକର ମଧ୍ୟ ଏହି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉଛି । ଆମେ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ପାଇଁ କେରଳକୁ ଏକ ନିଶ୍ଚିତ ସୁରକ୍ଷିତ, ଆକର୍ଷିତ ଓ ଆତିଥ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରଦର୍ଶିତ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ ।’ଚଳିତ ନଭେମ୍ବର ମାସରେ ମୁମ୍ବାଇ, ପୁନେ, ନାଗପୁର ଓ ଇନ୍ଦୋରରେ ଆୟୋଜିତ ବି୨ବି ବୈଠକର ପ୍ରଥମ ଶୃଙ୍ଖଳାକୁ ଶିଳ୍ପରୁ ଏକ ଅତ୍ୟଧିକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା । କେରଳ ଟୁରିଜିମ୍ ନୂଆ ଉତ୍ପାଦଗୁଡିକୁ ଏକ ବିସ୍ତୃତ ଦର୍ଶକଙ୍କ ନିକଟରେ ପହଂଚାଇବା ପାଇଁ ବାଣିଜ୍ୟ ମେଳାଗୁଡିକରେ ଅଂଶଗ୍ରହଣ ଓ ବି୨ବି ରୋଡ୍‌ଶୋ’ର ଆୟୋଜନ ସମେତ ଏକାଧିକ ଟ୍ରାଭେଲ ଟ୍ରେଡ୍ ନେଟ୍‌ୱର୍କିଙ୍ଗ୍ କାର୍ଯ୍ୟକଳାପର ଯୋଜନା ରଖିଛି । ଘରୋଇ ମାର୍କେଟିଙ୍ଗ୍ କାର୍ଯ୍ୟର ଅଂଶ ଭାବେ କେରଳ ଟୁରିଜିମ୍ କୋଲ୍‌କାତା, ବଡୋଦରା ଓ ସୁରଟରେ ଡିସେମ୍ବର ୨୦୨୨ରେ ରୋଡ୍‌ଶୋ’ର ଆୟୋଜନ କରିବ ଏବଂ ଓଟିଏମ୍ (ଆଉଟ୍‌ବାଉଣ୍ଡ ଟ୍ରାଭେଲ ମାର୍କେଟ୍‌) ମୁମ୍ବାଇ; ସାଉଥ୍ ଏସିଆନ୍ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଏକ୍ସଚେଞ୍ଜ (ଏସ୍‌ଏଟିଟିଇ) ନୂଆଦିଲ୍ଲୀ ଓ ଟିଟିଏଫ୍ ଚେନ୍ନାଇ ଆଦି ବାଣିଜ୍ୟ ମେଳାଗୁଡିକରେ ଯୋଗ ଦେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version