No Result
View All Result
୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଂଚଳ ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖରା, ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଆହାନା ବେଦ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ସରପଂଚ ସୂର୍ଯ୍ୟମଣି ନାୟକ, ସମିତିସଭ୍ୟ ମଞ୍ଜୁଲତା ପଟ୍ଟନାୟକ, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ ପ୍ରମୁଖଙ୍କ ଉପସ୍ଥିତିରେ ଶିବିରକୁ ଆନୁଷ୍ଠାନ୍ମଳ ଭାବେ ଉଦ୍ଘାଟନ କରିଥିଲେ । ବୈପାରିଗୁଡା ବ୍ଲକର ୨୦ ଗୋଟି ଗ୍ରାମପଂଚାୟତରୁ ପ୍ରାୟ ୨୩୯ ଜଣ ଯୋଗ ଦେଇ ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତର ମାନଙ୍କୁ ଦେଖାଇ ନିଜ ନିଜର ପ୍ରମାଣପତ୍ର ହାସଲ କରିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ୬୭ ଜଣ, ଶ୍ରବଣ ବାଥିତ ୧୭ ଜଣ, ମାନସିକ ଅନଗ୍ରସର ୨୨ ଜଣ,ଦୃଷ୍ଟି ବାଧକ ୧୭ ଜଣ,ସିକିଲସେଲ ୯ ଜଣଙ୍କ ସହିତ ଦିବ୍ୟାଙ୍ଗ ମାନଙ୍କ ସୁବିଧା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବୈପାରିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ ପରିଚାଳନା କରିବା ସହ ଦିବ୍ୟାଙ୍କ ପାଇଁ ଖାଇବା ରହିବ ଓ ବ୍ୟବସ୍ଥା ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ଉଦ୍ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ ବୈପାରିଗୁଡା ୦୬.୧୨.୨୦୨୨ : ( ବିକ୍ରାନ୍ତ କୁମାର ବେବର୍ତ୍ତା ) କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି ।ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ପତାକା ଦେଖାଇ ପରବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସଂନ୍ଧ୍ୟା ସମୟରେ ମୁଖ୍ୟ ଅତିିଥି ଭାବେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ମୁଖ୍ୟବକ୍ତା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ କୋଟପାଡ ବିଧାୟ୍କା ପଦ୍ମିନୀ ଦିଆନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ଜିଲ୍ଳାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବିଡିଓ ଅଭିମନ୍ୟୁ କବି ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ଦିନ ତମାମ ମଝି ମଝିରେ ସଭାସମିତି ସହିତ ବିଭିନ୍ନ ପଂଚାୟତ ଓ ଗାଁ ଗହଳିରୁ ଆସିଥିବା ଆଦିବାସୀ ମାନଙ୍କ ନାଚଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଶେଷରେ ପରବ ପରିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ହାତରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
No Result
View All Result