ଓଡିଶା ତାଜା ନ୍ୟୁଜ୍ (୦୫ ଜୁନ୍ ଶୁକ୍ରବାର ) ପୋଲସରା :- ପୋଲସରା ବ୍ଲକ ଅନ୍ତର୍ଗତ ମା’ ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଜ ପର୍ବରେ ହଜାର ହଜାର ଭକ୍ତ ମାନଙ୍କ ସମାଗମ ହୋଉଥିଲା । କୋରୋନା ମହାମାରୀ ଯୋଗୁଁ ମା ସିଂହାସନି ଙ୍କ ପୀଠରେ ଜନ ସମାଗମକୁ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସ୍ଥଗିତ ରଖାଗଲା ।
ସରକାରୀ ନୀତି ନିୟମ ଅନୁଯାୟୀ ମା ସିଂହାସନି ଙ୍କ ରଜ ପର୍ବ ପାଳନ କରିବା ପାଇଁ ସ୍ଥିର କରାଗଲା । ପୋଲସରା BDO,Tahasildar,IIC,RWSS SDO ଓ ସମସ୍ତ ସରକାରୀ କର୍ମଚାରୀ ଏବଂ ସଭାପତି କମିଟି ବୃନ୍ଦ ଉପସ୍ଥିତ ଥିଲେ । (ରିପୋର୍ଟ୍ :– ସୁକାନ୍ତ କୁମାର ବେହେରା )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com