No Result
View All Result
୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ନୁଆଗଡ଼ ଲକ୍ଷ୍ମି ନରସିଂହ ନୋଡାଲ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ସୁଶାନ୍ତ ବେହେରା ସଭାପତି ରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ତହସିଲିଦାର କୁରେଶ ଚନ୍ଦ୍ର ଜାନୀ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଜିଲା ଶିକ୍ଷାଧିକାରୀ ପ୍ରଦ୍ୟୁଷ୍ କୁମାର ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ନୟନ ରଞ୍ଜନ ମଣ୍ଡଳ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଲିଙ୍ଗରାଜ କାର୍ଯ୍ବୀ, N. ବିମଲ୍, ସ୍ଥାନୀୟ ସରପଞ୍ଚ ସରୋଜୀନି ରଇତ,
ସମିତି ସଭ୍ୟା ସଂଚିତା ଭୂୟାଁ ରୂପେ ଯୋଗଦାନ କରିଥିଲା ବେଳେ ବିଚାରକ ମଣ୍ଡଳୀ ରାମ କ୍ରିଷ୍ଣା ଏବଂ କେ. ମୂରଲୀ କ୍ରିଷ୍ଣା l ବ୍ଲକର ୩୧ ବିଦ୍ୟାଳୟରୁ ୫୫ ଟି ପ୍ରକଳ୍ପ ଆସିଥିଲା ବେଳେ ତନ୍ମଧ୍ୟରୁ 7 ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା l
ନୁଆଗଡ ଲକ୍ଷ୍ମି ନରସିଂହ ନୋଡାଲ ବିଦ୍ୟାଳୟର ସଞ୍ଜନା ପାଳ, ବଡପଦା ହାଇସ୍କୁଲ ସାହିଲ ମାଝୀ, ପରିମଳ ଆର୍ଦଶ ସ୍କଲର ମୋନିସା ପ୍ରଧାନ, ସମ୍ବଲପୁର ହାଇସ୍କୁଲର ପିନୁ ଏଲ ରଇତ, N. ଝାଲରସିଂ ହାଇସ୍କୁଲର ଲାଲିଶ୍ବରି ବଡରଇତ,
ପୁଟୁରୁପଡା ହାଇସ୍କୁଲର ଚରଣ ରଇତ ଓ ଲୁହାଙ୍ଗର ହାଇସ୍କୁଲର ବିବ୍ରାନ୍ତ ଦଳବେହେରା । ଆଦି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ l

No Result
View All Result