ମୋହନା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

୬ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ଗ୍ରାମ ପଞ୍ଚାୟତରେ ଆଜି ସରପଞ୍ଚ ସୁନିତା ମଲ୍ଲିକଙ୍କ ସଭାପତିତ୍ୱରେ ପଞ୍ଚାୟତ ପରିସର ମଧ୍ୟରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ବା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ଏହି ଗ୍ରାମ ସଭାରେ ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସମେତ ସମସ୍ତ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ।

ମୋହନା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଖଗେଶ୍ୱର ଭୂୟାଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କିପରି ଏବଂ କେତେ ବର୍ଷ ପର୍ଯ୍ୟନ୍ତ କରାଯିବ ଉପସ୍ଥିତ ଥିବା ଗ୍ରାମର ଜନସାଧାରଣଙ୍କୁ ବୁଝାଇଥିଲେ।ଏହି ଗ୍ରାମସଭାରେ ସଂମ୍ମାନୀତ ଅତିଥି ଭାବେ ସ୍ଥାନୀୟସି ଡି ପି ଓ ଉପସ୍ଥିତ ରହି ନିଜ ବିଭାଗ ଦ୍ଵାରା ହେଉଥିବା ସରକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ବାଲ୍ୟ ବିବାହ କିପରି ଏହି ଅଂଚଳରେ ବନ୍ଦ ରହିବ ତାହା ବୁଝାଇଥିଲେ ସି ଡି ପି ଓ ଲଳିତା ମଲ୍ଲିକ ।

ଏହି ଗ୍ରାମ ସଭାରେ ସରପଞ୍ଚ ପଂଚାୟତ ଦ୍ଵାରା କି କି କାର୍ଯ୍ୟ ସମ୍ପାଦନ କରାଯିବ ତାହା ପ୍ରକାଶ କରିଥିଲେ।ଏହି ଗ୍ରାମ ସଭାରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇ ସମାଧାନ କରିବା ପାଇଁ ସରପଞ୍ଚଙ୍କୁ ନିବେଦନ କରିଥିଲେ ।