ମୋହନା ନିର୍ବାଚନ ମଣ୍ଡଳୀର ଭୋଟମାନେ ମଧ୍ୟ ସନ୍ଦେହ କରିଛନ୍ତି ମୋହନା ବିଧାୟକ ଦଳ ଡିଆଁ ମାରିବେ ବଲି

୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଦଳ ଡିଆଁ କରିବେ ବଲି ଜୋର ଧରିଛି ଅଞ୍ଚଳରେ ଚର୍ଚ୍ଚା କାରଣ ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ତର୍ଜମା କଲେ ଜଣାପଡୁଛି ଓ ମୋହନା ନିର୍ବାଚନ ମଣ୍ଡଳୀର ଭୋଟମାନେ ମଧ୍ୟ ସନ୍ଦେହ କରିଛନ୍ତି ମୋହନା ବିଧାୟକ ଦଳ ଡିଆଁ ମାରିବେ ବଲି ମାତ୍ର ସେ କେଉଁ ଦଳକୁ ଯିବେ ତାହା ସଷ୍ଟ ହୋଇପାରୁନି । କାରଣ ବର୍ତମାନ କଂଗ୍ରେସ ର ଅବସ୍ଥା ଯାହା ଜିଲ୍ଲା ସଭାପତି ହିସାବରେ ଶାସକ ଦଳସହ ମୁକାବିଲା କରିବା ଏତେ ସହଜ ଅନୁଭବ ହେଉନାହିଁ ବୋଧହୁଏ l ଅନ୍ୟପଟେ ଦେଖିବାକୁଗଲେ ଶ୍ରୀ ଗମାଙ୍ଗ ରାମଗିରି ଜୋନରେ କଂଗ୍ରେସ ତରଫରୁ ବିଧାୟକଜଣେ ନିରିହ ଲୋକଙ୍କୁ ଜିଲାପରିଷଦ ପ୍ରାର୍ଥୀ ଟିକଟ ଦେଇଥିଲେ ମାତ୍ର ବିଧାୟକ ସେହି ପ୍ରାର୍ଥୀଙ୍କୁ ଆର୍ଥୀକ ସହାୟତା କଲେ ନାହିଁ କି ତାଙ୍କ ପ୍ରଚାରରେ ମଧ୍ୟ ସାହାର୍ଯ୍ୟ ଓ ସହଯୋଗ କରିବାର ଦୃଷ୍ଟିଗୋଚର ହେଲାନାହିଁ ଯାହା ଫଳରେ ସେହି ବ୍ୟକ୍ତି ଜଣକ ଲୋକସମର୍ଥନ ଥାଇ ସୁଦ୍ଧା ପରାଜିତ ହୋଇଥି୍ଲେ ।

ସେହିପରି ମୋହନା ବ୍ଲକର ଚନ୍ଦ୍ରଗିରି ଜୋନରେ କଂଗ୍ରେସର ଜିଲାପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଅଞ୍ଚଳ ଲୋକଙ୍କ ସମର୍ଥନ ଥିବାସତ୍ୱେ ବିଧାୟକ ନିରିପକ୍ଷ ଅବଲମ୍ବନ କଲେ ଯାହାଫଳରେ ବିଧାୟକ ପ୍ରଚାର କରିବାକୁ ଗଲେନାହିଁ କି କର୍ମୀଙ୍କୁ ସହଯୋଗ କଲେ ନାହିଁ ଯାହାଫଳରେ ସେଠାରେ ମଧ୍ୟ କଂଗ୍ରେସ ଜିଲାପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପରାଜୟ ହୋଇଥି୍ଲେ । ଅଡବା ଜୋନ ପଂଚାୟତ ନିର୍ବାଚନ ଆରମ୍ଭରୁ ଏହି ଜୋନ କଂଗ୍ରେସ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ବିପୁଳ ପରିମାଣ ଭୋଟ ପାଇ ବିଜୟ ହୋଇଆସୁଥିଲେ । ଯାହାଫଳରେ ଏହି ଜୋନକୁ କଂଗ୍ରେସ ଗଡ ବୋଲି କୁହାଯାଇଥିଲା । ଏହି ନିର୍ବାଚନରେ ବିଧାୟକ ଆନ୍ତରିକ ନଥିଲାକି ପ୍ରାର୍ଥୀମାନଙ୍କୁ ପାଇଁ ବିଧାୟକ ପ୍ରଚାର କରିନଥିଲେ ଯାହାଫଳରେ ଅଡବା ଜୋନ କଂଗ୍ରେସ ଗଡକୁ ବିଜେଡି ସହଜରେ ଓ ପ୍ରଥମକରି ବିପୁଳ ପରିମାଣ ଭୋଟ ପାଇ ବିଜୟ ହୋଇଥି୍ଲେ ।

ମୋହନା ବିଧାୟକ ଭାବେ ନିର୍ବାଚିତ ହେବାପର ଠାରୁ ସବୁ ସମୟରେ ଏହି ବ୍ଲକରେ ରହି ବ୍ଲକର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ଉନ୍ନତି କାମଗୁଡିକର ଉଦଘାଟନ କରିଥିବାର ନଜିରି ରହିଛି । କିନ୍ତୁ ସେହି ଜୋନ ମଧ୍ୟ ବିଧାୟକ ଗୋଟିଏ ମଧ୍ୟ ଜିଲାପରିଷଦ ସଭ୍ୟ କିମ୍ବା ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପଦ ହାତେବାରେ ସକ୍ଷମ ହୋଇପାରି ନଥିଲେ ନାହିଁ । ଏହାକୁ ନେଇ ଯେତେବେଳେ ଅନ୍ୟଆଡରୁ ପେସ୍ର ହେଲା ପରେ ବିଧାୟକ ରା,ଉଦୟଗିରି ୧୨ ଜୋନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ରା,ଉଦୟଗିରି ହାଟ ପଚାରରେ ଯୋଗଦେଇ ଲୋକ ଦେଖାଣିଆ ପ୍ରଚାର କରି ବିଜେଡିର ପଇସାଖାଓ କଂଗ୍ରେସ କୁ ଭୋଟ ଦିଅ କହି ଚାଲିଯାଇଥିଲେ । ସେହିପରି ସ୍ୱାଧୀନତା ପରଠାରୁ ଗୁମ୍ମା ହେଉଛି କଂଗ୍ରେସ ଗଡ ଯେତେ ଯାହା ହାୱା ଥିଲେ ମଧ୍ୟ ଏହି ବ୍ଲକ ବାସିନ୍ଦା କଂଗ୍ରେସର ହାଟ ଛାଡ଼ିନଥିଲେ କିନ୍ତୁ ବର୍ତମାନର ମହୋନା ବିଧାୟକ ତଥା ଜିଲ୍ଲାକଂଗ୍ରେସ ସଭାପତିଙ୍କ ଆନ୍ତରିକତା ଅଭାବ ଓ ଅନ୍ୟ ଭିତିରି ଲୁକାୟିତା ଯୋଜନା ଯୋଗୁଁ ଗୁମ୍ମାରେ ଗୋଟିଏ ଜୋନ ହାତଛଡା ହେବ ସହ ବ୍ଲକ ଅଧ୍ୟକ୍ଷ ପଦମଧ୍ୟ ହାତର ହାତରୁ ଖସିଗଲା ।

ଗତ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଉପନିର୍ବାନରେ ବିଧାୟକ ମହାସୟ ଯେଉଁ ଭଲି ଆନ୍ତରିକତା ଦେଖାଇଥିଲେ ବତ୍ତମାନ ସେହି ଭଲିଆ ଆନ୍ତରିକତା ନ ଦେଖାଇଥିବାରୁ ଫଳରେ ସେହି ବ୍ଲକରେ ଅଧ୍ୟକ୍ଷ ପଦ ସହ ହାତଛଡା ହେବା ସହିତ ଗୋଟିଏ ଜିଲାପରିଷଦ ପଦ ହାତଛଡା ହେବାକଥା ଆଉ ଏକ ସନ୍ଦେହକୁ ଦୃଢ଼ୀଭୁତ କରୁଛି । ରାୟଗଡା ବ୍ଲକର କୌଣସି ଜୋନକୁ ବିଧାୟକ ପ୍ରଚାରକ କରିବାକୁ ଯାଇନଥିଲେ କି ତାଙ୍କ ସମଥିତ ମାନେ ସହଯୋଗ କରିବର ନଜର ଆସିନାହି ଯାହାଫଳରେ ସେହି ବ୍ଲକରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସୋଚନିୟ ପରାଜୟ ହୋଇଛନ୍ତି । ନୁଆଗଡ ବ୍ଲକର ଜୋନର ଜିତିଥିବା ପ୍ରାର୍ଥୀ ନିଜର ଚେଷ୍ଟା ବଳରେ ଓ ଆର୍ଥୀକ ସମ୍ବଳକୁ ନେଇ ଜିଲାପରିଷଦ ପ୍ରୀର୍ଥୀ ଜିତିଛନ୍ତି । ବ୍ଲକ ଅଧ୍ୟକ୍ଷ୍ୟା ପଦ ବିରୋଧୀ ଗୋଷ୍ଟିଙ୍କୁ ସାହାଯ୍ୟକରିଛନ୍ତି l

ଚଳିତ ନିର୍ବାଚନରେ ରା,ଉଦୟଗିରି ବ୍ଲକର କଂଗ୍ରେସ ବିଭିନ୍ନ ପଞ୍ଚାୟତରେ ନିଜ ସମର୍ଥିତ ପ୍ରାର୍ଥୀ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ବିଜୟୀ ହୋଇଥିଲେ କିନ୍ତୁ ଠିକ ସମୟରେ ସେମାଙ୍କ ସହ ଯୋଗାଯୋଗ ନରଖିବା ଫଳରେ ବିଜେଡି ଦଳ ସେମାନଂକୁ ହାତେଇନେଇ ବ୍ଲକ ଅଧ୍ୟକ୍ଷ ହାତେଇନେଲା । ଚାରିଆଡୁ ଚାପ ପଡିବାପରେ ବିଧାୟକ ନିର୍ଦେଶ ପ୍ରକାରେ କଂଗ୍ରେସର ବ୍ଲକ ସଭାପତି ଓ କର୍ମୀମାନଙ୍କୁ ମିଶି ସମସ୍ତ କଂଗ୍ରେସ ସମିଥିତ ସମିତିସଭ୍ୟ\ସଭ୍ୟା ରାତିରାତି ନେଇ ବିଧାୟକ ନିଜ ଗ୍ରାମରେ ଲୁଚାଇ ରଖିଥିଲେ କିନ୍ତୁ ସେହି ସମୟରେ ନେଡିଗୁଡ କହୁଣିକୁ ବହିଯାଇଥିଲା । ମାତ୍ର ବ୍ଲକର ପଞ୍ଚାୟତ ନିର୍ବାଚନ ଆରମ୍ଭ ଯାହା ଘଟିନଥିଲା ତାହା ଘଟିଥିଲା । ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ପାଖରେ ୬ଜଣ ସମିତିସଭ୍ୟ\ସଭ୍ୟା ଥିବାସତେ ବ୍ଲକର ଅଧ୍ୟକ୍ଷ ଭୋଟ ଯୋଗ ଦେଇନଥିଲେ ।

ଏହାକୁ ବିଭିନ୍ନ ଚର୍ଚା ହେଉଛି ଯେ ବିଧାୟକଙ୍କ ପାଖରେ ସମିତିସଭ୍ୟ/ସଭ୍ୟା କମ ରହିବ ଦଳ ରା. ଉଦୟଗିରି ବ୍ଲକ ଅଧ୍ୟକ୍ଷ ନପାଇବା ପଛରେ ବିଧାୟକଙ୍କ ବିଜେଡି ସହିତ ମୋଟା ଅଙ୍କରେ ଡିଲ ହୋଇନି ତ ବଲି ପଂଚାୟତ ନିର୍ବାଚନ ସାରିବାପରେ ଏହି ଚର୍ଚ୍ଚା ମୋହନା ବିଧାୟକ ବିଜେଡି ଡିଆଁ ମାରିବା ପାଇଁ ରାସ୍ତା ବଲି ରାଜନୀତି ପାଣ୍ଡିତମାନେ ତର୍ଜମା କରିବା ଆରମ୍ଭ କରିଦେଇଛନ୍ତି l ଆର,ଉଦୟଗିରି ବ୍ଲକର କିଛି ହାତଗଣିତ କଂଗ୍ରେସ କର୍ମୀଙ୍କୁ ନିଜର ହାତପାଣ୍ଠି ଦେବା ସହ ଅନ୍ୟ ବିଭାଗ୍ୟ ଅଧିକାରୀ ନିଦେର୍ଶ ଦେଇ କାମ ଯୋଗାଉଛନ୍ତି । ଆଭକିଛି କଂଗ୍ରେସ କର୍ମୀମାନଙ୍କୁ ସେ ସରପଞ୍ଚ, ଅଧ୍ୟକ୍ଷ ଓ ବିଧାୟକ ହେବା ସମୟ ଯେଉଁ କଂଗ୍ରେସ କର୍ମୀ ବିଧାୟକ ସଜୋଗ କରୁଥିବା କର୍ମୀଙ୍କୁ ହେୟମନବୁତ୍ତି କରିଆସୁଥିବା କର୍ମୀମାନଙ୍କ ମନରେ ଅସନ୍ତୁଷ୍ଟ ଦାନା ବାନ୍ଧୁଛି ।

ଏହାର ପ୍ରତିଫଳ ଆଗାମୀ ବିଧାନସଭା ବିଧାୟକ ଦେଖାଇବାକୁ କର୍ମୀମାନେ ସଜବାଜ ହେଉଛନ୍ତି ବୋଲି କିଛି କଂଗ୍ରେସ ଅସନ୍ତୋଷ କର୍ମୀମାନଙ୍କ ନିକଟରୁ ସୁଣିବାକୁ ମିଳୁଛି । ଏହିସବୁ କାରଣ ଓ ତଥ୍ୟ କୁ ତର୍ଜମା କାଳେ ମୋହନା ବିଧାୟକ ଦଳଡେଇବା ନେଇ ଜଳଜଳ ହୋଇ ଦିଶୁଛି । ଏହି ସମ୍ପର୍କରେ ବିଧାୟକ ଙ୍କୁ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ବିଧାୟକ ଫୋନ ଉଠାଉ ନାହାନ୍ତି ତେଣୁ ତାଙ୍କର ପ୍ରତିକ୍ରିୟା ସମ୍ଭବ ହୋଇପାରିନାହିଁ l